ମୃତ ପରିବାରକୁ ହୋମଗାର୍ଡ ସଂଘ ଓ ମାନବାଧିକାର ମିସନ ତରଫରୁ ସହାୟତା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାର ହୋମଗାର୍ଡ ସଂଘ କର୍ମକର୍ତ୍ତା ପ୍ରବୋଧ କୁମାର ଦିଗାଲଙ୍କର ଅକାଳ ବିୟୋଗ ହୋଇଥିବାରୁ ଆଜି ତାଙ୍କର ଦଶାହ କାର୍ଯ୍ୟ ସ୍ଥାନୀୟ ନାରାୟଣୀ ରୋଡ଼ ରୁଗୁଡିସାହି ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ନେତୃତ୍ବରେ କିଛି ରାସନ ସାମଗ୍ରୀ ଏବଂ ନୂତନ ବସ୍ତ୍ର ସହିତ କିଛି ଆର୍ଥିକ ସହାୟତା ସଂଘ ତରଫରୁ ଯୋଗାଇ ଦିଆଯାଇଛି। ପ୍ରଥମେ ମୃତ ହୋମଗାର୍ଡ ପ୍ରବୋଧ କୁମାର ଦିଗାଲଙ୍କ ଫୋଟଚିତ୍ର ଉପରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରିଥିଲେ l ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାର ମୃତ୍ୟୁ ବରଣ କରିଥିବା ହୋମଗାର୍ଡ ଏବଂ ଅବସର ଗ୍ରହଣ କରିଥିବା ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ପରିବାର ସଦସ୍ୟଙ୍କୁ କନ୍ଧମାଳ ଜିଲ୍ଲା ଗୃହରକ୍ଷୀ କମାଣ୍ଡେଣ୍ଟ ଏବଂ ଉପରିସ୍ଥ ଅଧିକାରୀ ମାନଙ୍କ ଆଲୋଚନା ଏବଂ ସହଯୋଗରେ ଗୋଟିଏ ଦିନର ଦରମା ଟଙ୍କା ଯୋଗାଇଦେବା ପାଇଁ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇନଥିବା ସଂଘ କର୍ମକର୍ତ୍ତା ମତ ପ୍ରକାଶ କରିଥିଲେ । ଆଜିର କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ସଭାପତି ପ୍ରଭାତ କୁମାର ସାହାଣୀ ସମ୍ପାଦକ ସପନ କୁମାର ମିଶ୍ର କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍ କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ଟାଉନ ଥାନାର ହୋମଗାର୍ଡ ସଂଘ କର୍ମକର୍ତ୍ତା ଉପ ସଭାପତି ସାଫରିନ ଖାନ୍ କୋଷାଧ୍ୟକ୍ଷ ଜୟନ୍ତୀ ଚୈଧୁରୀ, ଏବଂ ଅନ୍ୟ ହୋମଗାର୍ଡ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମଟିକୁ ପୂର୍ବତନ କମ୍ପାନୀ କମାଣ୍ଡର ବିଭୁତି ଭୁଷଣ ପଣ୍ଡାଙ୍କ ଉପସ୍ଥିତିରେ ସମ୍ପାଦନ କରାଯାଇଥିଲା ।

nis-ad
Leave A Reply

Your email address will not be published.