ରାଜରାସ୍ତାରେ ଫୋଟ ଉଠାଇ, ରଙ୍ଗୋଲି ଓ ପ୍ରଶ୍ନ ବ୍ୟାଙ୍କ୍ ମାଧ୍ୟମରେ ଋତୁସ୍ରାବ ବିଷୟରେ ସଚେତନ ବାର୍ତ୍ତା ଦେଲେ ଟିମ୍ ସଦସ୍ୟା ବୃନ୍ଦ…

ମାଲକାନଗିରି : ଆଜି ମାଲକାନଗିରି ସହରରେ ଭୋଟର ତାଲିକା ସଂଶୋଧନ ଓ ଶତପ୍ରତିଶତ ମତଦାନ ସଚେତନ କାର୍ଯ୍ୟକ୍ରମରେ ଟିମ୍ ସଂଗଠନର ସଦସ୍ୟାମାନେ ମହିଳାମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବ ଜନିତ ସମସ୍ୟା ଓ ତାର ସମାଧାନ ନିମନ୍ତେ ସମସ୍ତେ ଖୋଲାଖୋଲି କଥାବାର୍ତ୍ତା କରିବା ନିମନ୍ତେ ପଥଉତ୍ସବ କାର୍ଯ୍ୟକ୍ରମର ମଧ୍ୟରେ ଏକ ରଙ୍ଗୋଲି ଛବି ମାଧ୍ୟମରେ ନିଜର ମତ ରଖିଥିଲେ l
ପଥଚାରୀମାନେ ଆସି ଏହି ଋତୁସ୍ରାବ ବିଷୟରେ ଅନେକ ପ୍ରଶ୍ନୋତ୍ତର କରିବାସହ ନିଜେ ଭବିଷ୍ୟତରେ ଅନ୍ୟମାନଙ୍କ ସହ ଏହି ବିଷୟରେ କଥାବାର୍ତ୍ତା କରିବେ ବୋଲି ଏକ ଫୋଟଫ୍ରେମ୍ ରେ ନିଜ ଫୋଟ ମଧ୍ୟ ଉଠାଇଥିଲେ l ସଦସ୍ୟମାନେ ଶତାଧିକ ପୁରୁଷଓ ମହିଳାଙ୍କ ହାତ ପାପୁଲିରେ ଳାଲ୍ ବିନ୍ଦୁ ତିଆରିକରି ଏହି ସଚେତନ ବାର୍ତ୍ତର ବାହକ ହେବେ ବୋଲି ସଂକଳ୍ପ ମଧ୍ୟ ନେଇଥିଲେ l ଏହି କାର୍ଯ୍ୟକ୍ରମକୁ ଦୀପାରାଣୀ ନାୟକ ପରିଚାଳନା କରିଥିବା ବେଳେ ଏହାର ସଂଯୋଜନା କୋନା ରୋଲାସି କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀ ମାଦେମୀ, ଭାରତୀ ପାଢୀ, ରିନାରାଣୀ ଗୋଲପେଦା, ସୋନାଲି ସାହୁ, ଆନନ୍ଦମୟୀ ଚୌଧୂରୀ ଓ ଟିମ୍ ସଂଗଠନର ସମ୍ପାଦକ ରାମକୃଷ୍ଣ ଚୌଧୁରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.