ଭୋଟର ସଚେତନତା ପାଇଁ ଓ୍ବାକାଥନ୍ ଓ ପଥୋତ୍ସବ : ଯୋଗଦେଲେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ…

ଭଞ୍ଜନଗର : ଭୋଟର ପଞ୍ଜିକରଣ,ନିର୍ବାଚନ ରେ ଅଶଂଗ୍ରହଣ,ନିର୍ଭୁଲ ଭୋଟର ତାଲିକା ସଂଶୋଧନ ସହ ସଚେତନତା ଏବଂ ଯୁବଗୋଷ୍ଠୀ ମଧ୍ୟରେ ଗଣତାନ୍ତ୍ରିକ ମୁଲ୍ୟବୋଧକୁ ପ୍ରଜ୍ବଳିତ କରିବା ପାଇଁ ଏକ ଓ୍ବାକାଥନ୍ ଓ ପଥୋଚ୍ଛବ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି।ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଓ୍ବାକାଥନ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଭୋଟର ସଚେତନତା ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ରେଡକ୍ରସ ରୋଡ୍,ମୁଖ୍ୟ ସଡକ ଦେଇ ଭଞ୍ଜନଗର ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲା।

ସେଠାରେ ପଥୋଚ୍ଛବ ଓ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଶ୍ରୀ ସେଠୀ ଯୋଗଦେଇ ଯୁବଗୋଷ୍ଠୀ ଙ୍କୁ ଭୋଟର ତାଲିକାରେ ନାମ ସଂଯୋଗ ଓ ନିର୍ବାଚନ ରେ ମତଦାନ ଅଧିକାର ବିଷୟରେ ସଚେତନତା କରିବା ସହ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଗଣ ଦେଶର ଜଣେ ଦାୟିତ୍ୱ ବାନ୍ ନାଗରିକ ହେବା ପାଇଁ ମତବ୍ୟକ୍ତ କରିଥିଲେ।

ପଥୋଚ୍ଛବ ଓ ଓ୍ବାକାଥନ୍ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସାବିତ୍ରୀ ମହାବିଦ୍ୟାଳୟ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାର ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହା ସହ ରଙ୍ଗୋଲି ଓ ଚିତ୍ରାଙ୍କନ କାର୍ଯ୍ୟକ୍ରମ କରାଯାଇ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଭଞ୍ଜନଗର ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଏଷ୍ଟାବ୍ଲିସମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା,ଭାରପ୍ରାପ୍ତ ଗ୍ରମ ପଞ୍ଚାୟତ ଅଧିକାରୀ ପ୍ରିୟଦର୍ଶୀନି ମଲିକ,କ୍ୟାପ୍ଟେନ ଏମ୍ କେ ସ୍ବାଇଁ, କେଏସୟୁବି କଲେଜ ର ନାଭାଲ ଉଇଙ୍ଗ୍ ଅଫିସର ରବିନ୍ଦ୍ର କୁମାର ମିଶ୍ର, ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ,ଶୁଳପାଣି ଶତପଥୀ, ଜଗଦୀଶ ପାଣିଗ୍ରାହୀଙ୍କ ସହ ସମସ୍ତ ମାନ୍ୟଗନ୍ୟ ବ୍ୟକ୍ତି ଓ ସମ୍ମାନୀୟ ସାମ୍ବାଦିକ ଗଣ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମ କୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ନିର୍ବାଚନ ବିଭାଗର ବରିଷ୍ଠ କର୍ମଚାରୀ ମୁକ୍ତିକାନ୍ତ ନାୟକଙ୍କ ସମେତ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଗଣ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.