ଭୋଟର ତାଲିକାର ସଂଶୋଧନ ଘୋଷଣା…

ଫୁଲବାଣୀ : ଭାରତର ନିର୍ବାଚନ ଆୟୋଗ ଫଟୋ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଘୋଷଣା କରିଛନ୍ତି। ତଦନୁଯାୟୀ ତା.୨୭.୧୦.୨୦୨୩ ରିଖରେ ଭୋଟର ତାଲିକାର ଡ୍ରାଫ୍ଟ ପ୍ରକାଶନ କରାଯିବ ଏବଂ ତା. ୦୫.୦୧.୨୦୨୪ରିଖ (ଶୁକ୍ରବାର) ଦିନ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବ । ଏହି କ୍ରମରେ, କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜାତୀୟ ଓ ରାଜ୍ୟ ସ୍ତରର ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, କନ୍ଧମାଳ ଆଶିଷ ଇଶ୍ଵର ପାଟିଲ ଏହି ରାଜନୈତିକ ଦଳର ମୁଖ୍ୟମାନଙ୍କୁ ତା.୨୭.୧୦. ୨୦୨୩ରିଖ ସୁଦ୍ଧା ପ୍ରକାଶନ ହୋଇଥ‌ିବା ସମନ୍ବିତ ଡ୍ରାଫ୍ଟ ଭୋଟର ତାଲିକା ପ୍ରଦାନ କରିଥିଲେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାର ମୋଟ ଭୋଟ ଗ୍ରହଣ କେନ୍ଦ୍ର ସଂଖ୍ୟା ୬୩୭ ରୁ ୬୫୯କୁ ବୃଦ୍ଧି ପାଇଥିଲା। ସେହି ବୁଥ୍ ତାଲିକା ସହିତ ସମସ୍ତ ବି.ଏଲ୍.ଓ.ଙ୍କ ତାଲିକା ଓ ଫୋନ୍ ନମ୍ବର ଏହି ରାଜନୈତିକ ଦଳର ମୁଖ୍ୟମାନଙ୍କୁ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଆଗାମୀ ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟକ ଯୋଗ୍ୟ ମତଦାତା ମାନଙ୍କୁ ଭୋଟଦାନ ପ୍ରକ୍ରିୟାରେ ସାମିଲ କରିବା ଲକ୍ଷ୍ୟ ନେଇ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲାରେ ଭୋଟର ତାଲିକାର ସ୍ଵତନ୍ତ୍ର ସଂଶୋଧନ କାର୍ଯ୍ୟ ତା.୨୭.୧୦.୨୦୨୩ ରିଖ (ଶୁକ୍ରବାର)ରୁ ତା.୦୯.୧୨. ୨୦୨୩ ( ଶନିବାର ) ପର୍ଯ୍ୟନ୍ତ ଚାଲିବ । ଏହି ସମୟ ସୀମା ମଧ୍ୟରେ ଭୋଟର ତାଲିକାରେ ଥ‌ିବା ବିଭିନ୍ନ ଭୁଲ ସଂଶୋଧନ ସହିତ ଦାବୀ ଓ ଆପତ୍ତି ଗ୍ରହଣ କରାଯିବ। ସେହିପରି, ଏହି ସମୟ ସୀମା ମଧ୍ୟରେ ଜନସାଧାରଣ ସେମାନଙ୍କର ଦାବୀ ଓ ଆପଢ଼ିକୁ ଅନ୍‌ଲାଇନ୍ ମାଧ୍ୟମରେ ମଧ୍ୟ ଦାଖଲ କରିପାରିବେ । ତା.୦୧.୦୧.୨୦୨୪ ରିଖକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଗ୍ରହଣ କରାଯାଇ ଏହି ତାରିଖ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ବର୍ଷ ହେଉଥିବ , ସେମାନଙ୍କ ନାମକୁ ଭୋଟର ତାଲିକାରେ ଅର୍ନ୍ତଭୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ତା.୦୫.୧୧.୨୦୨୩ (ରବିବାର) ଓ ତା. ୧୯.୧୧.୨୦୨୩ (ରବିବାର) ଏବଂ ତା.୧୧.୧୧.୨୦୨୩(ଶନିବାର) ଓ ତା.୨୫.୧୧. ୨୦୨୩ (ଶନିବାର) ଏହି ୪ଦିନ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ ତଥା ଦାବୀ ଓ ଆପତ୍ତି ଗ୍ରହଣ ପାଇଁ ରଖାଯାଇଛି । ତା. ୨୬.୧୨.୨୦୨୩ ରିଖ (ମଙ୍ଗଳବାର) ସୁଦ୍ଧା ଦାବି ଓ ଆପର ସମାଧାନ କରାଯିବ । ତା.୦୧. ୦୧.୨୦୨୪ ରିଖ (ସୋମବାର) ଦିନ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ପାଇଁ ସ୍ବାସ୍ଥ୍ୟ ମାନଦଣ୍ଡ ଯାଞ୍ଚ ଏବଂ କମିଶନଙ୍କ ଅନୁମତି ନେବା ସହିତ ଡାଟାବେସ୍ ଅପଡେଟ୍ କରି ସପ୍ଲିମେଣ୍ଟ ମୁଦ୍ରଣ କରାଯିବ। ତା.୦୫.୦୧.୨୦୨୪ରିଖ(ଶୁକ୍ରବାର) ଦିନ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବ ବୋଲି କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ସୂଚନା ଦେଇଛନ୍ତି ।ଉକ୍ତ ବୈଠକରେ ଭୋଟ୍ ପଞ୍ଜିକରଣ ଅଧିକାରୀ ତଥା କନ୍ଧମାଳ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀ ମାଲେସ୍ ପାତ୍ରୋ,ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କର ମୁଖ୍ୟ,ବିଭାଗୀୟ ପଦାଧିକାରୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.