ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଇନଷ୍ଟିଚ୍ୟୁଟ ମ୍ୟାନେଜ୍‌ମେଣ୍ଟ କମିଟିର ବୈଠକ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଫୁଲବାଣୀରେ ଇନଷ୍ଟିଚ୍ୟୁଟ ମ୍ୟାନଜମେଣ୍ଟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଇଏମସି ଚେୟାରମେନ ତଥା ସାଲୁଙ୍କି ପାଇପ୍ସ୍ ଏଣ୍ଡ ଟ୍ଯୁବସ୍ ର ଡାଇରେକ୍ଟର   ନୀଳମାଧବ ମିଶ୍ର, ଡିଆଇସି କନ୍ଧମାଳର ପ୍ରତିନିଧି,କସମ୍ ଫୁଲବାଣୀର ସେକ୍ରେଟାରୀ  ସଞ୍ଜିତ୍ ପଟନାୟକ, ଇଂପ୍ଲିମେଣ୍ଟ ଇଣ୍ଡିଆ ଲିମିଟେଡ଼ ଫୁଲବାଣୀର ପ୍ରୋପାଇଟର୍  ରଶ୍ମୀ ରଂଜନ ପଟ୍ଟନାୟକ, ଜେସିବି ଆୟୁର୍ବେଦିକ ଫାର୍ମାସୀ ଫୁଲବାଣୀର ପ୍ରୋପାଇଟର୍ ଶ୍ରୀମତୀ କନକଲତା ଦେହୁରୀ, ଆଇଟିଆଇ ବୌଦ୍ଧର ପ୍ରତିନିଧି, ସ୍ଥାନୀୟ ଆଇଟିଆଇ ଅଧ୍ୟକ୍ଷ ଇଂ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଅତିଥି ଭାବେ ଯୋଗଦେଇଥିଲେ । ଟାଟା ଷ୍ଟ୍ରାଇଭ୍ ପ୍ରତିନିଧି  ସ୍ମୃତି ରଂଜନ ଦାସ୍ ବୈଠକର ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିବା ବେଳେ  ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସେଠୀ ବୈଠକ ପରିଚାଳନା କରିଥିଲେ । ଆଇଏମସି ଚେୟାରମେନ ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନେ ଉଦ୍ୟୋଗ ମାଧ୍ୟମରେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ତାହାର ବିଷଦ୍ ଆଲୋଚନା କରିଥିଲେ । ଶିଳ୍ପାନୁଷ୍ଠାନ ଅଧ୍ୟକ୍ଷ  ଅନୁଷ୍ଠାନର ବାର୍ଷିକ ଆୟବ୍ୟୟ ଅଟକଳ ଉପସ୍ଥାପନ ସହ  କ୍ୟାରିୟର କାଉନସେଲିଂ ଓ ଶିକ୍ଷଣ ତଥା ସହ-ଶିକ୍ଷଣ ଭିତ୍ତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଆରୋପ କରିଥିଲେ । ଆଇଟିଆଇ ଫୁଲବାଣୀର ଟ୍ରେନିଂ ଅଫିସର ଡ଼ ନୃସିଂହାନନ୍ଦ ମହାପାତ୍ର ବୈଠକର ସାରାଂଶ ଆଲୋଚନା କରିବା ସହ ବୈଠକର  ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ  ରଶ୍ମୀରଂଜନ ବିଶ୍ଵାଳ ବୈଠକ ଆୟୋଜନର ଆମୂଳଚୁଳ ତଦାରଖ କରିଥିବା ବେଳେ ଅଧ୍ୟାପକ ଶ୍ରୀ ଗୋବର୍ଦ୍ଧନ ବସ୍ତିଆ ବୈଦ୍ୟୁତିକ ଆୟୋଜନ କରିଥିବା ବେଳେ ହଷ୍ଟେଲ ଅଧୀକ୍ଷକ କୁମାର ଗୌରବ ମହାପାତ୍ର, ଅଧ୍ୟାପକ ଶ୍ରୀ ରଶ୍ମୀରଂଜନ ବେହେରା, ଅଧ୍ୟାପିକା ଶ୍ରୀମତୀ ମଧୁସ୍ମିତା ସିଂ ପ୍ରମୁଖ ବୈଠକରେ ସହଯୋଗ କରିଥିଲେ ।ଏତଦ୍ ଭିନ୍ନ ଶିଳ୍ପ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ବୃନ୍ଦଙ୍କୁ IMC ର ସଦସ୍ୟ ମାନେ ଶିଳ୍ପାନୁଷ୍ଠାନ ଆହୁରି କିପରି ଆଗକୁ ମନ ବୃଦ୍ଧି ପାଇବ ସେ ଦିଗରେ ପରାମର୍ଶ ଦେଇଥିଲେ l ଏବଂ ସର୍ବପରିଶେଷ ରେ ଶିଳ୍ପ ଅନୁଷ୍ଠାନର ତାଲିମ୍ ପ୍ରାପ୍ତ ଅଧିକାରୀ ଡ଼ଃ  ନୃସିଂହାନନ୍ଦ ମହାପାତ୍ର ବୈଦିକ ଶାନ୍ତି ପାଠ ଉଚ୍ଚାରଣ କରି ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.