ଥାନା ଯଗୁଛନ୍ତି ଅଧିକାରୀ କର୍ମଚାରୀ ମାନେ ବେପାର ରେ ବ୍ୟସ୍ତ.. !


ବ୍ରହ୍ମପୁର: ୨୫-୧୦ ଗଞ୍ଜାମ ଜିଲ୍ଲାର କେତେକ ଥାନା ରେ ଥାନା ଅଧିକାରୀ ଥାନା ଜଗୁଥିବା ବେଳେ ଥାନାର କର୍ମଚାରୀ ମାନେ ବେପାର ରେ ବ୍ୟସ୍ତ ଥିବା ନେଇ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର କେତେକ ଥାନା ଇଲାକା ଏବେ ବ୍ୟବସାୟ ର ପେଣ୍ଠ ସ୍ଥଳୀ ପାଲଟିଛି। ଥାନାର କେତେକ କର୍ମଚାରୀ ପେଟ୍ରୋଲିଂ ବାହାନାରେ ଗୋଦି ମିଡ଼ିଆ କୁ ହାତ ବାରିସି କରି କାଠ, ବାଲି, ମଦ, ଗଞ୍ଜେଇ ଚୋରା ବେପାରୀ ଙ୍କ ହାତ କୁ ହାତ ମିଶାଇ କାରବାର କରୁଥିବା ଚର୍ଚ୍ଚା ହେଉଛି। ଏହି ସବୁ ଚୋରା ବ୍ୟବସାୟ ର ମୁଖ୍ୟ ମାଫିଆ ମାନେ ପରଦା ପଛରେ ରହି ସୁରୁଖୁରୁରେ ବେପାର ସାମ୍ରାଜ୍ୟ ବଢ଼ାଇ ଥିବା ଚର୍ଚ୍ଚା ହେଉଛି। ନୂତନ ଭାବେ ଆସିଥିବା କେତେକ ଥାନା ଅଧିକାରୀ ଙ୍କ ଅଜାଣତରେ ଏହି ବ୍ୟବସାୟ ଚାଲିଥିବା ବେଳେ ଆଉ କେତେକ ବାବୁ ଙ୍କ ଜାଣତ ରେ ମଧ୍ୟ ଏହି କାରବାର ଚାଲିଛି। ଏହି ସବୁ କାରବାର କୁ ଗୋଦି ମିଡ଼ିଆ ର ସମ୍ପୂର୍ଣ୍ଣ ସହ ଯୋଗ ରହୁଛି। ଗଳା ବାଟ ଦେଇ ଏହି ସବୁ କାର୍ଯ୍ୟ ଖୁଲାମ ଖୁଲା ଚାଲିଛି। ଅଧିକାଂଶ କର୍ମଚାରୀ ମାନେ ଏହି ସବୁ ବେପାର ନିଜର ମୋବାଇଲ ରେ ସୂଚନା ଦେଇ ସମ୍ପୂର୍ଣ୍ଣ ନେଟୱାର୍କ ରେ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି। ଗାଡ଼ିର ଉପରେ ଲାଗିଥିବା ବତୀ ର ସିଗନେଲ କୁ ମଧ୍ୟ ଏହି ବ୍ୟବସାୟ ରେ ବ୍ୟବହାର କରିବାର ଚର୍ଚ୍ଚା ହେଉଛି। ଜୁଆ ଆଡ୍ଡା ମଧ୍ୟ ଥାନା ବାବୁଙ୍କ ଅଜାଣତରେ କର୍ମଚାରୀ ମାନେ ଚଲାଉଥିବା ବାହାରେ ଚର୍ଚ୍ଚା ହେଉଛି। ଜୁଆ ଆଡ୍ଡା ଚଢ଼ାଉ ମଧ୍ୟ କର୍ମଚାରୀ ଙ୍କ ହାତରେ ନ୍ୟସ୍ତ ଥିବା ଯୋଗୁଁ କେତେ ଟଙ୍କା ଜବତ ହେଉଛି,ତାହାର ହିସାବ ମଧ୍ୟ ରହୁନାହିଁ। ମାଛ ଖାଇବ ଇଲିସି ଚାକିରୀ କରିବ ପୋଲିସ ର ଉକ୍ତି ଆଜି ସତ୍ୟ ପ୍ରମାଣିତ ହୋଇଛି। ମୁଖ୍ୟତଃ ଦିଗପହଣ୍ଡି, ଚିକିଟି, ପାତ୍ରପୁର ଏବଂ ବ୍ରହ୍ମପୁର ସଦର ଓ ଗୋପାଳପୁର ଅଞ୍ଚଳ ରେ ଖୁଲାମ ଖୋଲା ଜୁଆ ଖେଳ ଚାଲିଥିବା ସୂଚନା ମିଳୁଛି, କିଛି ପୋଲିସ ମଧ୍ୟ ଜୁଆ ଖେଳ ଚଳାଉଥିବା ସୂଚନା ମିଳିଛି କିଛି ଗୋଦି ମିଡ଼ିଆ ଏଥିରେ ଅଂଶୀଦାର ଥିବା ସୂଚନା ମିଳିଛି, ଜିଲ୍ଲା ପୋଲିସ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଅଭିଯୋଗ ହୋଉଛି…

nis-ad
Leave A Reply

Your email address will not be published.