ପାଣ୍ଡିଆନ ଯଦି ରାଜନୀତିକୁ ଆସିଲେ ହିଞ୍ଜିଳି ଭଳି ସମଦଶା ଭୋଗିବେ ନେତା..!

ବିଧାୟକ ହେବା ଆଶା ମଉଳି ଯିବ କ୍ରୀତ ଦାସ ହୋଇ ରହିବେ ନେତା ଦଳରେ…!!



ଭୁବନେଶ୍ୱର:ଦୀର୍ଘ ଦିନ ହେଲା ଦଳରେ ଜଣେ ଜଣେ ସକ୍ରିୟ ନେତା ଭାବେ ରହି ବଡ଼ ପଦବୀ ବା ବିଧାୟକ ହେବାକୁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି। ଯେଉଁ ଠାରେ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି କିମ୍ବା ଦଳର ମୁଖିଆ ନିର୍ବାଚିତ ହେଲେ ହିଞ୍ଜିଳି ନେତା ମାନଙ୍କ ଅବସ୍ଥା ଯେପରି ରହିଛି ସେହିପରି ଦଶା ଭୋଗିବାକୁ ପଡିବ ବୋଲି ଚର୍ଚ୍ଚା ଜୋର ଧରିଲାଣି । ଯଦି ଯେଉଁ ଠାରୁ ପାଣ୍ଡିଆନ ନିର୍ବାଚନ ଲଢ଼ିବେ ସେହି ଅଞ୍ଚଳର ନେତା ମାନେ ଦୀର୍ଘ ବର୍ଷ ହେଲା ଦଳ ସହିତ ରହି ଆଶା କରିଥିବା ପଦବୀ ବା ବିଧାୟକ ହେବାର ସ୍ୱପ୍ନ ସ୍ବପ୍ନ ହୋଇ ରହିଯିବ ସବୁ ଦିନ ପାଇଁ। ସେମାନେ ଦଳର ଅଲୋଡ଼ା ଓ କ୍ରୀତଦାସ ହୋଇ ସବୁଦିନ ରହିବା ଛାର ହେବ ଏହି କାରଣ ରୁ ସେ ଅଞ୍ଚଳ ରେ ଥିବା ବହୁ ନେତା ରାଜନିତୀ ରୁ ସନ୍ୟାସ ନେବାକୁ ବାଧ୍ୟ ହେବେ ବୋଲି ଚର୍ଚ୍ଚା ହେବା ଆରମ୍ଭ ହେଲାଣି। ଆଜି ଯେଉଁ ସମଦଶା ହିଞ୍ଜିଳି ଅଞ୍ଚଳ ର ନେତା ମାନଙ୍କୁ ଭୋଗିବାକୁ ପଡୁଛି । ନବୀନ ବାବୁ ଯେବେ ପର୍ଯ୍ୟନ୍ତ ହିଞ୍ଜିଳି ଆସନ ଛାଡିନାହାନ୍ତି। ସେତେ ଦିନ ପର୍ଯ୍ୟନ୍ତ ଅନ୍ୟ ନେତାଙ୍କୁ ବିଧାୟକ ହେବାର ସ୍ୱପ୍ନ,ସ୍ୱପ୍ନ ରେ ରହିଯାଇଛି।ସେହି ଭଳି ପାଣ୍ଡିଆନ ବାବୁ ଯେଉଁ ଠାରୁ ରାଜନିତୀ ଜୀବନ ଆରମ୍ଭ କରିବେ ସେ ଅଞ୍ଚଳ ର ନେତା ମାନଙ୍କ ଆଶା ଓ ସ୍ୱପ୍ନ ହୋଇ ରହିଯିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି। ହିଞ୍ଜିଳି ର ଆଶାୟୀ ପ୍ରାର୍ଥୀ ଙ୍କ ସମଦଶା ଯେମିତି କ୍ରୀତ ଦାସ ଭଳି ଦେଖିବାକୁ ମିଳିଛି।ସେହି ସମଦଶା ଏବେ ପାଣ୍ଡିଆନ ବାବୁ ଙ୍କ ପାଇଁ ସଂରଣକ୍ଷଣ ହେବାକୁ ଯାଉଥିବା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିବ। ବର୍ତମାନ ବିରୋଧୀ ମାନଙ୍କୁ ପାଣ୍ଡିଆନ ଠିକ ଜବାବ ଦେଇଛନ୍ତି ବର୍ତମାନ ସେ ସିଧା ସଳଖ ରାଜନୀତି ରେ ପାଦ ଥାପିବା ପାଇଁ ଯୋଜନା କରି ସାରିଲେଣି କିନ୍ତୁ ସେ କେଉଁଠୁ ରାଜନୀତି ରଣାଙ୍ଗନ ରେ ପାଦ ଥାପିବେ ତାହା ସ୍ପଷ୍ଟ କରିନାହାନ୍ତି କିନ୍ତୁ ବିରୋଧୀ ଙ୍କୁ ଖୋଲା ଚାଲେଞ୍ଜ ଦେଲେଣି କହିବାକୁ ଗଲେ ବିରୋଧୀ ମହଲ ରେ କକୁଆ ଭୟ ଖେଳି ଗଲାଣି କିଏ ପାଣ୍ଡିଆନ ଙ୍କ ବିରୋଧ ରେ ନିର୍ବାଚନ ଲଢ଼ିବ ସେ ସାହସ କାହାର ଅଛି ତାହା ଦେଖିବାକୁ ବାକି ରହିଲା l କିନ୍ତୁ ସେ କେଉଁ ନିର୍ବାଚନ ମଣ୍ଡଳୀ ରୁ ପ୍ରତିନିଧିତ୍ୱ କରିବେ ସେହି ଅଞ୍ଚଳ ର ବିକାଶ ହେବା ସ୍ୱାଭାବିକ କିନ୍ତୁ ସେହି ଅଞ୍ଚଳ ର ନେତା ମାନଙ୍କ ଭବିଷ୍ୟତ ଅନ୍ଧାର କହିଲେ କିଛିବି ଭୁଲ ହେବ ନାହିଁ l ଓଡିଶା ରେ ଅଗ୍ରାମୀ ନିର୍ବାଚନ ହେବା ଏକ ପ୍ରକାର ନିଶ୍ଚିତ କାରଣ ପାଣ୍ଡିଆନ ଙ୍କ ସ୍ୱେଚ୍ଛାକୃତ ଅବସର ଏହା ଇଙ୍ଗତ ଦେଇ ସାରିଛି କାରଣ ଆସନ୍ତା ମାସର ପାଣ୍ଡିଆନ ପ୍ରଶାସନିକ ଟ୍ରେନିଙ୍ଗ ପାଇଁ ସେଣ୍ଟର କୁ ଯିବା କଥା କିନ୍ତୁ ଏହାକୁ ଆଖିଆଗରେ ରଖି ଅତି ଚତୁରତା ସହିତ ସେ ଅବସର ନେଇଛନ୍ତି କହିଲେ ଚଳେ ସେ ଓଡିଶା ଛାଡିଲ ଓଡିଶା ବିଜେଡି କୁ ବିପଦ ଘାରିବା ସହିତ ନିଜ ପାଇଁ ମଧ୍ୟ ବିପଦ ରହିଥିଲା ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ଦେଲେଣି l ଦେଖାଯାଉ ଆଗାମୀ ରଣନୀତି ଓ ପାଣି ପାଗ କଣ କହୁଛି ତାହା ସମୟ ସଫେକ୍ଷ….

nis-ad
Leave A Reply

Your email address will not be published.