ଫୁଲବାଣୀ ଠାରେ ଦଶହରା ଉତ୍ସବ ପାଳିତ : ସାଂସ୍କୁତିକ କାର୍ଯ୍ୟକ୍ରମ ରେ ଦୁଲୁକିଲା ସମଗ୍ର ସହର…

ଫୁଲବାଣୀ: ଆଜକୁ ପାଞ୍ଚ ଦିନ ହେଲା ଜଗତଜନନୀ ମା’ ଦୁର୍ଗାଙ୍କ ମୃଣ୍ମୟ ପ୍ରତିମାରେ ପୂଜାବିଧି ପୂର୍ବକ ଜୀବନ୍ୟାସ ଦେଇ ସମଗ୍ର ଫୁଲବାଣୀ ସହରରେ ପାଳିତ ହୋଇଛି ଦୁର୍ଗାପୂଜା l ଆଜି ଥିଲା
ପୂଜାର ଅନ୍ତିମ ଦିବସ । ଏଥି ସହିତ ଘରେ ଘରେ ପାଳିତ ହୋଇଥିଲା ପୂଜା ବିଧି ବ୍ରତ ଉପବାସ l ସନ୍ଧ୍ୟାରେ ତେବେ ଆଜି ମା’ଙ୍କୁ ଦର୍ଶନ କରିବା ପାଇଁ ଗାଁ ଠୁ ସହର ସୁବୁଠି ଭିଡ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଫୁଲବାଣୀ ସହର । ଫୁଲବାଣୀ ସହରର ବିଭିନ୍ନ ମଣ୍ଡପ ସ୍ଥାନରେ ଦେବୀ ଦୁର୍ଗାଙ୍କ ବିଜୟା ଦଶମୀ ଧୂମଧାମରେ ପାଳିତ ହେଉଛି । ଯଥା ମାଦିକୁନ୍ଦା ଛକର ଭବାନୀ ମାର୍କେଟ୍‌, ସତ୍ୟସାଇ ହାଇସ୍କୁଲ ସମୁଖ , ଶଗଡ଼ିଆସାହି, ଏଫ୍‌ସିଆଇ ଛକ, ବସଷ୍ଟାଣ୍ଡ, ବିଦ୍ୟୁତ୍ ବିଭାଗ ରେ ଦେବୀ ଦୁର୍ଗାଙ୍କ ଆକର୍ଷଣୀୟ ମେଢ଼ ସାଙ୍ଗକୁ ତୋରଣ ଭକ୍ତମାନଙ୍କୁ ଆକର୍ଷିତ କରିଥିଲା । ଚଳିତ ବର୍ଷ ସହରରେ ସମୁଦାୟ ସାତଟି ପୂଜାମଣ୍ଡପ ସ୍ଥାପିତ ହୋଇଥିଲା । ବିଭିନ୍ନ ମେଢ ବୁଲି ମା’ ଜଗତଜନନୀ ଦୁର୍ଗାଙ୍କ ଦର୍ଶନ କରିବା ସହ ପାର୍ବଣ ଓ ଉତ୍ସବର ମଜା ଉଠାଉଛନ୍ତି ଶ୍ରଦ୍ଧାଳୁ । ଏଥି ସହିତ ଫାଷ୍ଟ୍ ଫୁଡ ସେଣ୍ଟର, ଗୁପଚୁପ ଦୋକାନ ରେ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା l ପୋଲିସ ପ୍ରଶାସନ ପକ୍ଷରୁ ଏସ୍ପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶ ରେ ଟାଉନ୍ ଥାନା ଅଧିକାରୀ କନକ ମାଝୀ ପ୍ରତ୍ୟେକ ପୂଜା ମଣ୍ଡପରେ ପୋଲିସ ମୁତୟନ କରାଯାଇଥିବା ବେଳେ ନିଜେ ଥାନା ଅଧିକାରୀ ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଥିଲା l ଫଳରେ ଶାନ୍ତି ଶୃଙ୍ଖଳାର ସହ ଦଶହରା ପୂଜା ଶେଷ ହୋଇଛି l

nis-ad
Leave A Reply

Your email address will not be published.