ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଯୁବକଯୁବତୀଙ୍କ ଲକ୍ଷ୍ନୌ ଅଭିମୁଖେ ଯାତ୍ରା…

ଫୁଲବାଣୀ : ଫୁଲବାଣୀ ଆଇଟିଡିଏ କନଫରେନ୍ସ ହଲ ଠାରେ ନେହରୁ ୟୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଯୁବକ ଯୁବତୀଙ୍କୁ ଉତ୍ସାହିତ କରିବା ସହ ସଠିକ ମାର୍ଗ ଦର୍ଶନ ପାଇଁ ଅନୁଷ୍ଠିତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ପି ଏ ଆଇ ଟି ଡି ଏ ପ୍ରବୀଣ କୁମାର୍ ବାଣୁଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସି ଆର୍ ପି ଏ ଫଇନିସପେକଟର ଶ୍ୟାମ ଖିଲୋ , ପ୍ରେସ କ୍ଲବ ଫୁଲବାଣୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ନଵନୀତ କୁମାର ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇ ଅନୁଷ୍ଠିତ କାର୍ଯକ୍ରମ ବିଷୟରେ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ମାର୍ଗ ଦର୍ଶନ କରିଥିଲେ| ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହେଉଥିବା ଏହି କାର୍ଯକ୍ରମ ପାଇଁ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ୨୦ ଜଣ ଆଦିବାସୀ ଯୁବକ ଯୁବତୀ ଓ ବାଲିଗୁଡ଼ା ବ୍ଲକ ର 20 ଜଣ ଯୁବକ ଯୁବତୀ ଯାତ୍ରା କରିଥିଲେ ତା ସହିତ ଏସକ୍ଟ ଭାବରେ ୧୨୭ ସି ର୍ ପି ଫେ ବାଟାଲିୟନ ବାଲିଗୁଡ଼ାର ରାମ କୁମାର୍ ଶର୍ମା, ବି ଗୌରୀ ଶଙ୍କର, ବିଲାସ ପଣ୍ଡା, ଏସ. କେ ହସୀନା ବେଲ ପ୍ରମୁଖ ଆଜି ଯାତ୍ରା କରୁଛନ୍ତି| ଏହି କାର୍ଯ୍ୟକ୍ରମ ଟି ତା 27/୧୦/୨୦୨୩ ରିଖ ଠାରୁ 2/୧1/୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯକ୍ରମର ମୁଖ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ| ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହେରା ମୂଖ୍ୟ ଅତିଥି ସମ୍ମାନିତ ଅତିଥି ଏବଂ ଉପସ୍ଥିତ ଥିବା ପ୍ରତିଯୋଗୀ ମାନଙ୍କୁ ସ୍ଵାଗତ ଦେବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ|

nis-ad
Leave A Reply

Your email address will not be published.