ଛତ୍ରପୁର ତହସିଲଦାର ଭାବେ ଦିବ୍ୟା ମହାନ୍ତିଙ୍କ ଦାୟିତ୍ୱ ଗ୍ରହଣ…

ଛତ୍ରପୁର : ଛତ୍ରପୁର ତହସିଲଦାର ଭାବେ ବୁଧବାର ଦିବ୍ୟା ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ 2018 ବ୍ୟାଚ ର ଓଏଏସ ଅଟନ୍ତି l ସେ ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିଲେ l ପୂର୍ବରୁ ଛତ୍ରପୁର ଭାରପ୍ରାପ୍ତ ତହସିଲଦାର ଭାବେ ଅତିରିକ୍ତ ତହସିଲଦାର ସ୍ମୃତି ସୁଦର୍ଶନ ସାହୁ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଆଜି ଦିବ୍ୟା ମହାନ୍ତି ଛତ୍ରପୁର ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ଦାୟିତ୍ୱ ଗ୍ରହଣ କରିବା ପରେ ଛତ୍ରପୁର ତହସିଲ କାର୍ଯ୍ୟାଳୟ ର କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି l ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ସେ ଛତ୍ରପୁର ତହସିଲର ବିଭିନ୍ନ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି l

nis-ad
Leave A Reply

Your email address will not be published.