ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ପକ୍ଷରୁ ପାଲେଷ୍ଟାଇନ ସଂହତି ଦିବସ

ପାଲେଷ୍ଟାଇନ ମୁକ୍ତି ସଂଗ୍ରାମର ନେତା କମ୍ରେଡ ମାରିୟମ ଆବୁଙ୍କୁ ତୁରନ୍ତ ରିଲିଜ ଦାବି

ବ୍ରହ୍ମପୁର, ତା ୨୫/୧୦ : ସି.ପି.ଆଇ(ଏମ୍ ଏଲ୍)ରେଡ୍ ଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ପାଲେଷ୍ଟାଇନ ଉପରେ ଇସ୍ରାଇଲ ର ଆକ୍ରମଣକୁ ଦୃଢ଼ ନିନ୍ଦା କରି ଜିଲ୍ଲା କାର୍ଯ୍ୟାଳୟ ଠାରୁ ପଦଯାତ୍ରାରେ ବାହାରି ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ପାଲେଷ୍ଟାଇନ ଅଚଂଳରେ ଜିଓନିଷ୍ଟ ମାନଙ୍କ ଦଖଲ, ଗାଜା ସହରକୁ ଇସ୍ରାଇଲ ସାମରିକ ପ୍ରତିଷ୍ଠାନ ଓ ହାମସା ଦ୍ଵାରା ଆକ୍ରମଣ କରି ହଜାର ହଳାର ଶିଶୁ ଏବଂ ପାଲେଷ୍ଟାଇନଙ୍କୁ ହତ୍ୟା ଓ ମାନବୀୟ ସଂକଟ ସୃଷ୍ଟି କରିବା ଅତ୍ୟନ୍ତ ନିନ୍ଦନୀୟ । ଗତ ୫୦ ବର୍ଷ ମଧ୍ୟରେ ହାମସାର ଏହା ସବୁଠାରୁ ବଡ ପ୍ରତିଶୋଧ । ଏହାର ଦୃଢ଼ ନିନ୍ଦା ସହ ପାଲେଷ୍ଟାଇନ ଜନଗଣଙ୍କ ସହ ଏକଜୁଟତା ପ୍ରଦର୍ଶନ ପାଇଁ ସି.ପି.ଆଇ(ଏମ୍ ଏଲ୍) ରେଡ୍ ଷ୍ଟାର ଆଜି ଦେଶବ୍ୟାପି ସଂହତି ଦିବସ ପାଳନ କରିଛି ।
ଜିଓନିଷ୍ଟମାନଙ୍କ ବିରୋଧରେ ପାଲେଷ୍ଟାଇନର ଅସନ୍ତୋଷ, କ୍ରୋଧ ଓ ନିରାଶାକୁ ସମାଧାନ କରିବା ପାଇଁ ଆମେରିକା ଓ ୟୁରୋପୀୟ ସଂଘ କାମ କରିବା ବଦଳରେ ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଇସ୍ରାଇଲ ପ୍ରତି ଦୁର୍ବଳତା ପ୍ରଦର୍ଶନ କରିଆସୁଛି । ଯୁଦ୍ଧ ଖୋର ଆଭିମୂଖ୍ୟ ପରିହାର କରିବା ଦ୍ବାରା ହିଁ ମାନବ ଜଗତର ବିକାଶ ସମ୍ଭବ। ପାଲେଷ୍ଟାଇନବାସୀଙ୍କ ଜନ୍ମଗତ ଅଧିକାରରୁ ବଚିଂତ କରିବା ପାଇଁ ଜିଓନିଷ୍ଟ ମାନଙ୍କ ଆକ୍ରମଣ ଏକ ସୁଚିନ୍ତିତ ଷଡଯନ୍ତ୍ର । ପାଲେଷ୍ଟାଇନର ଏକାଧିକ ସ୍ଥାନ ଓ ଗାଜା ଉପତ୍ୟକାରେ ଦୀର୍ଘ ୨୦ ଦିନ ଧରି ଜିଓନିଷ୍ଟ ମାନଙ୍କ ଦ୍ଵାରା ଭୟଙ୍କର ଆକ୍ରମଣ, ବୋମାମାଡ ଦ୍ବାରା ହଜାର ହଜାର ଲୋକଙ୍କ ମୃତ୍ୟୁ, ଅନେକ ମୃତାହତଙ୍କ ତଥ୍ୟ ସାମ୍ନାକୁ ଆସୁନାହିଁ । ଏହି ଭୟଙ୍କର ସ୍ଥିତି ଆହୁରି ଦିନକୁ ଦିନ ଭୟଙ୍କର ହୋଇ ମାନବ ଜଗତ ପ୍ରତି ବିପଦ ସୃଷ୍ଟି କରି ଚାଲିଛି।
ଆମେରିକା, ୟୁରୋପୀୟ ସଂଘ ଏବଂ ଏହାର ସହଯୋଗୀ ସାମ୍ରାଜ୍ୟବାଦୀ ଗୋଷ୍ଠୀ ପାଲେଷ୍ଟାଇନ ଉପରେ ଇସ୍ରାଇଲ ଆକ୍ରମଣକୁ ନିନ୍ଦା କରିବା ବଦଳରେ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ଦଙ୍ଗା ଉପରେ ମନ୍ତବ୍ୟ ଦେବାକୁ ସମୟ ନଥୁଲା ଏବେ କିନ୍ତୁ ପାଲେଷ୍ଟାଇନ ପ୍ରତି ପୂର୍ବ ସଂହତି ବିଛିନ୍ନ କରି ଇସ୍ରାଇଲ ପ୍ରତି ଏକତା ଘୋଷଣା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ଅନେକ ମଧ୍ୟପ୍ରାଚ୍ୟ ଦେଶ ଓ ବର୍ଲିନରେ ପାଲେଷ୍ଟାଇନ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ ହୋଇ ସାରିଛି । ଏହି ପରିସ୍ଥିତିରେ ପାଲେଷ୍ଟାଇନ ମୁକ୍ତି ସଂଗ୍ରାମର ନେତା କମ୍ରେଡ ମାରିୟମ ଆବୁଙ୍କୁ ଫ୍ରାନ୍ସ ସରକାରଙ୍କ ଦ୍ଵାରା ଗୃହବନ୍ଦୀ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଫ୍ରାନ୍ସ ସରକାରଙ୍କ ନବ୍ୟ ଉପନେବଶବାଦୀ ସ୍ବାର୍ଥକୁ ଆପାଣଇ ଏଭଳି ଜଘନ୍ୟ ଗିରଫଦାରୀ କରିଛି । କମ୍ରେଡ ମାରିୟମ ଆବୁଙ୍କୁ ତୁରନ୍ତ ରିଲିଜ କରିବା ପାଇଁ ସି.ପି.ଆଇ(ଏମ ଏଲ) ରେଡ ଷ୍ଟାର ଦୃଢ଼ ଦାବୀ ରଖୁଛି । ପାଲେଷ୍ଟାଇନ ବାସୀଙ୍କ ଏହି ଗୁରତ୍ଵପୂର୍ଣ ମୁହୂର୍ତରେ ସର୍ବହରା ଆନ୍ତର୍ଜାତିକତାର ଭାବନାକୁ ବଜାୟ ରଖ୍ ସି.ପି.ଆଇ( ଏମ୍ ଏଲ୍)ରେଡ୍ ଷ୍ଟାର ପାଲେଷ୍ଟାଇନଙ୍କ ସହ ଏକଜୁଟ ହୋଇ ଛିଡାହୋଇଛି । ଜିଓନିଜିୟମ ଓ ସାମ୍ରାଜ୍ୟବାଦ ବିରୁଦ୍ଧରେ ଏକାଠି ହୋଇ ପାଲେଷ୍ଟାଇନର ମୁକ୍ତି ସଂଗ୍ରାମରେ ଏକଜୁଟ ହେବା ପାଇଁ ଶ୍ରମିକ ଶ୍ରେଣୀ ଓ ବିଶ୍ଵର ଶୋଷିତ ଜନଗଣଙ୍କ ସମ୍ମୁଖରେ ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଜିଲ୍ଲା ସମ୍ପାଦକ କମ୍ରେଡ ଶଙ୍କର ଆହ୍ବାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପାର୍ଟି ର ଜିଲ୍ଲା କମିଟି ସଦସ୍ୟ ତଥା ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ ର ଜିଲ୍ଲା ସମ୍ପାଦକ ପେଦିନୀ ପାର୍ବତୀ, କ୍ରାନ୍ତିକାରୀ କୃଷକ ସଭା ର କବିରାଜ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ନେତା ରାମଚନ୍ଦ୍ର ବାଡତ୍ୟା, ଆଦିବାସୀ ଭାରତ ମହାସଭା ର ନେତା ଟୁନା ମଲ୍ଲିକ, ଓଡ଼ିଶା ମନରେଗା ଶ୍ରମିକ ୟୁନିଅନର ନେତା ଯଶୋଦା ନାୟକ, ଅଖିଳ ଭାରତ ବିପ୍ଳବୀ ଛାତ୍ର ସଂଗଠନ( ଏ.ଆଇ.ଆର.ଏସ୍.ଓ) ନେତ୍ରୀ ଇପିଲି ରୋଜା, ପି ପୂଜା, ଲିଜା, କୃଷ୍ଣଚନ୍ଦ୍ର ବେହେରା ଆଦି ବହୁ ପାର୍ଟି କର୍ମୀ ଓ ସମର୍ଥକ ଆଦି ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.