ହିଞ୍ଜିଳିକାଟୁ ଉପ ଡାକଘରୁ ଚୋରି ଉଦ୍ୟମ…

ହିଞ୍ଜିଳିକାଟୁ ୨୫/୧୦ : ହିଞ୍ଜିଳିକାଟୁ ଉପ ଡାକଘର ପରିସରରେ ଦୁର୍ବତ୍ତ ମାନେ ତାଲା ଭାଙ୍ଗି ଲୁଟ ଉଦ୍ୟମ କରିଥିବା ଜଣାପଡିଛି। ସୂଚନା ପ୍ରକାରେ ଶନିବାର କର୍ମଚାରୀ ମାନେ ଚାବି ପକାଇ ଯାଇଥିବା ବେଳେ ସୋମବାର ସକାଳେ ପାର୍ସଲ ଗାଡ଼ି ଆସି ସେଠାରେ ପହଞ୍ଚିବା ପରେ ମୁଖ୍ୟ କବାଟ ଖୋଲା ଥିବା ଦେଖି ଦାୟିତ୍ୱରେ ଥିବା ପୋଷ୍ଟ ମାଷ୍ଟରଙ୍କୁ ଖବର ଦେଇଥିଲେ। ଖବର ପାଇଁ ପୋଷ୍ଟ ମାଷ୍ଟର ସେଠାରେ ପହଞ୍ଚି ଦେଖିବା ବେଳେ ମୁଖ୍ୟ ଫାଟକ ଓ ଦ୍ୱିତୀୟ ଫାଟକ ସହ ଉପରମହଲା ଏହିପରି ଦୁର୍ବତ୍ତ ମାନେ ୯ଗୋଟି ତାଲା ଭାଙ୍ଗିଥିବା ସହ କାର୍ଯାଳୟ ପରିସରରେ ଥିବା ଲୁହା ଆଲମାରୀ କବାଟ ଖୋଲାଥିବା ସହ ସମସ୍ତ ଡ୍ର ଖୋଲାଥିବା ଏବଂ ନଥିପତ୍ର ଏଣେ ତେଣେ ପଡ଼ିଥିବା ଦେଖିଥିଲେ। ଏ ନେଇ ହିଞ୍ଜିଳିକାଟୁ ଉପ ଡାକଘର ଅଧିକାରୀ ଶ୍ରାବଣୀ ପ୍ରଧାନ ହିଞିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇଁ ହିଞିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଏ ନେଇ ପୋଷ୍ଟ ମାଷ୍ଟର ଶ୍ରବଣୀ ପ୍ରଧାନ ଙ୍କ ସହ ଯୋଗାଯୋଗ ଦୁର୍ବତ୍ତ ମାନେ ତାଲା ଭାଙ୍ଗି ଥିବା ବେଳେ କିଛି ଚୋରି ହୋଇନଥିବା କହିଛନ୍ତି

nis-ad
Leave A Reply

Your email address will not be published.