ହିଞ୍ଜିଳିରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା…


ହିଞ୍ଜିଳିକାଟୁ ୧୧!୧୦ ଵୂଧବାର ହିଞ୍ଜିଳିକାଟୁ ପୌର ପରିଷଦର ୧,୨,୩, ଓ ୪ ନମ୍ବର ୱାର୍ଡରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଶେଷ ହୋଇଛି। ହିଞ୍ଜିଳିକାଟୁ ଵିଜେଡି ନଗର ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ, ବରିଷ୍ଠ କର୍ମକର୍ତ୍ତାଙ୍କ ସମେତ ମହିଳା ନେତ୍ରୀ ଓ ଯୁବ ସମର୍ଥକମାନେ ଏକ ରାଲିରେ ବାହାରି ୪ ଟି ୱାର୍ଡ ପରିକ୍ରମା କରିଥିଲେ। ବିଜେଡି ର ଏହି ଜନ ସମ୍ପର୍କ ପଦଯାତ୍ରା ଵୁଧବାର ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମାଁ ଶ୍ୟାମାକାଳୀ ମନ୍ଦିର ନିକଟ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ର ଵିଜେଡି ନେତୃବୃନ୍ଦ ମହିଳା ପୁରୁଷ ଓ ଯୁବକମାନେ ଏକତ୍ରିତ ହୋଇ ନବିନ ପଟ୍ଟନାୟକ ଜିନ୍ଦାବାଦ ନାରାଦେଇ ଵିଜେଡି ର ଜନହିତକର କାର୍ଯ୍ୟ ଶ୍ଳୋଗାନ ଦେଇ ଏକ ବିଶାଳ ଶୋଭାଯାତ୍ରା ରେ ବାହାରିଥିଲେ। ଏହି ଶୋଭାଯାତ୍ରା ନେତାଜୀ କଲ୍ୟାଣ ମଣ୍ଡପ ରୁ ବାହାରି ରାଉଳ ସାହି, ହିଞିଳି ଵଡ ସାହି, ଚନ୍ଦ୍ରଶେଖର ମାର୍ଗ, ବାବାଜି

କଲୋନୀ,ସାନସାହି, ତାରାତାରିଣୀରୋଡ, ପରିକ୍ରମା ପରେ ନେତାଜୀ କଲ୍ୟାଣ ମଣ୍ଡପ ପରିସରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅକ୍ଟୋବର ୨ ରୁ ୧୧ ଯାଏଁ ଚାଲିବାକୁ ଥିବା ଜନ ସମ୍ପର୍କ ପଦଯାତ୍ରା ରାଜ୍ୟବାସୀଙ୍କୁ ରାଜ୍ୟ ସରକାରଙ୍କ ସହ ଯୋଡ଼ିବାର ଏକ ସଫଳ ପ୍ରୟାସ।ସରକାର ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିଛନ୍ତି। ବିଭିନ୍ନ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରି ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ପଦଯାତ୍ରା ରେ ହିଞ୍ଜିଳିକାଟୁ ମୁନିସୀପାଲଟି ବିଜେଡି ଯୂଵ ସଭାପତି ସଞ୍ଜୟ କୁମାର ପଣ୍ଡା,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣା,ତରୁଣ କୁମାର

ପଣ୍ଡା,ପ୍ୟାରୀମୋହନ ପାଢି, କାହ୍ନୁଚରଣ ଚୌଧୁରୀ, ରମେଶ ଚନ୍ଦ୍ର ପଣ୍ଡା, ପ୍ରଦିପ କୁମାର ପଣ୍ଡା, ଅଶ୍ଵିନୀ ଗୈଡନାଣ୍ଡୁ ଚୈଧୁରୀ,ଜିତୁ ସ୍ବାଇଁ, ସୁନିଲ ପଟ୍ଟନାୟକ,ମାଧଵ ଗୋଡ଼, ସଞ୍ଜୟ ଦାସ,ପପୁ ବାରିକ, ବିଭୁତି ପଟ୍ଟନାୟକ, ଗଙ୍ଗା ଦାସ ,କିରଣ କୁମାର ପଟ୍ଟନାୟକ, ଶିବରାମ ଗୌଡ,ରମେଶ ଚନ୍ଦ୍ର ସେଠି,କାମା ଦାସ,ସୁନିଲ ସେଠୀ,ଯାଦବ ଦଳାଇ, କଳିଙ୍ଗ ମୁନି,କାହ୍ନୁ ସ୍ବାଇଁ,ମୁନା ସେଠି, ପ୍ରମୁଖ ଯୋଗଦେଇଥିଲେ

nis-ad
Leave A Reply

Your email address will not be published.