ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ଯା ଦିବସ ଅବସରରେ ଜିଲ୍ଲାର ୪୮ ଜଣକିଶୋରୀଙ୍କୁ ସମ୍ମାନୀତ କରାଗଲା…


ଛତ୍ରପୁର : ତା.୧୧.୧୦ ସ୍ଥାନୀୟ ଛତ୍ରପୁରସ୍ଥିତ ଓସ୍ବାନ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପ୍ରଶାନ, ୟୁନିସେଫ୍, ଆକ୍ସନ୍ ଏଡ୍ ର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ବୁଧବାର ଦିନ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ, କିଶୋରୀ ସଶକ୍ତକରଣ ଏବଂ ଶିଶୁ ଅଧିକାର କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ମାନ ନେଇଥିବା ଜିଲ୍ଲାର ୪୮ ଜଣ କିଶୋରୀ ବାଳିକା ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନୀତ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବେଦା ପରବୀନ୍ କନ୍ୟାମାନଙ୍କ ସୁରକ୍ଷା ଓ ଯତ୍ନ ସମ୍ପର୍କରେ ଆଲୋଚନା କରିବା ସହିତ ଜିଲ୍ଲାରେ କନ୍ୟାମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟକାରୀ ହେଉଥିବା ନିର୍ଭୟାକଢି, ମୋ ଗେହ୍ଲାଝିଅ ଓ ରାଜ୍ୟ ସରକାରଙ୍କର କିଶୋରୀ ସଶକ୍ତିକରଣ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେଉଥିବା ଆଦ୍ବିକା କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ମତବ୍ୟକ୍ତ କରିଥିଲେ ଯେ, କିଶୋରୀ ମାନଙ୍କ ସଶକ୍ତିକରଣ ପାଇଁ ସମସ୍ତଙ୍କର ମିଳିତ ଉଦ୍ଯମ ଏକାନ୍ତ ଆବଶ୍ୟକ । ଏହି କାର୍ଯ୍ୟକ୍ରମର ଅନ୍ଯତମ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ଶିଶୁ ଓ କିଶୋରୀ ମାନଙ୍କ ପାଇଁ ଥିବା ସରକାରଙ୍କର ବିଭିନ୍ନ ଯୋଜନା ଓ ଶିଶୁ ଅଧିକାର ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ମିଶନ୍ ଶକ୍ତିର ପ୍ରକଳ୍ପ ସଂଯୋଜକ ସାଶ୍ବତ କୁମାର ସାହୁ ଉକ୍ତ ବୈଠକରେ ଯୋଗଦେଇ କିଶୋରୀ ମାନେ କିଭଳି ଭବିଷ୍ଯତରେ ଜଣେ ସୁନାଗରିକ ହୋଇପାରିବେ ସେଥିପ୍ରତି ଆମେ ସମସ୍ତେ ଯତ୍ନବାନ ହେବାର ଆବଶ୍ଯକତା ରହିଛି । ଉକ୍ତ ବୈଠକକୁ ଆକ୍ସନ୍ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ସଂଚାଳନା କରିଥିବା ବେଳେ ବୈଠକରେ ଉପସ୍ଥିତ ଥିବା ସମସ୍ତ ଅତିଥି, ଗଞ୍ଜାମ ଜିଲ୍ଲାର ସମସ୍ତ ସମନ୍ବୀତ ଶିଶୁ ବିକାଶ ଅଧିକାରୀ ଓ ସମସ୍ତ ମହିଳା କ୍ଷେତ୍ର ପରିଚାଳିକା ମାନଙ୍କୁ ବୈଠକର ସଫଳତା ପାଇଁ ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.