ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଜଵନୀତି : କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ଉନ୍ନତି ନାମରେ ହରିଲୁଟ…!

କଣ୍ଟ୍ରାକ୍ଟର ଓ ଯେ ଇ ଙ୍କ ମଧୁଚନ୍ଦ୍ରିକା ରେ ଧର୍ମକୁ ଆଖିଠାର ନୀତି…


ବ୍ରହ୍ମପୁର:୧୧-୧୦ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଉନ୍ନୟନ କାର୍ଯ୍ୟ ଆଳରେ ଦୁର୍ନୀତି ର ଗନ୍ଧ କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ ଚାଲିଛି। ରାଜ୍ୟ ସରକାର ସହରାଞ୍ଚଳର ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି। ଆସୁଥିବା କୋଟି କୋଟି ଟଙ୍କା କୁ ରାଜନେତା ଦାଇତ୍ୱ ରେ ଥିବା ଅଧିକାରୀ ଙ୍କ ପକେଟ ଗରମ ସାଙ୍ଗକୁ ଠିକାଦାର ତୁଷ୍ଟିକରଣ ନୀତି ଯୋଗୁଁ ଏହି ଅର୍ଥ ବାଟମାରଣା ହେଉଛି।ତାହାର ନଗ୍ନ ନମୁନା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଦେଖିବାକୁ ମିଳିଛି। ପ୍ରାୟ ୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ରାସ୍ତା ନିର୍ମାଣ ପାଇଁ ଆସିଛି। ୧୮ ଟି ୱାର୍ଡ ରେ ୩୫ ଟି କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ କାର୍ଯ୍ୟ କେତେକ ୱାର୍ଡ ରେ ଆରମ୍ଭ ହୋଇଛି। ମିଶନ ଶକ୍ତି ,ଗୋଦି ମିଡ଼ିଆ କୁ ଢାଲ କରି କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ କାହା ନିର୍ଦ୍ଧେଶ ଓ କଣ ଉଦ୍ଧେଶ୍ୟା ରଖି କାର୍ଯ୍ୟ କରାଯାଉଛି ବୋଲି ଏବେ ଚର୍ଚ୍ଚା ର ବିଷୟ ହୋଇଛି। କେତେକ ଗୋଦି ମିଡ଼ିଆ ଠିକାଦାର ମାନଙ୍କ ନାମରେ କାର୍ଯ୍ୟ ଆଣି ନିଜେ ପାର୍ଟନେର ହୋଇ ଏହି ଭଳି ଦୁର୍ନୀତି କୁ ପ୍ରସୟ ଦେଉଥିବା ଚର୍ଚ୍ଚା ହେଉଛି। ଏହି ଘୋଟାଲା ସମ୍ପର୍କରେ ୫ ଟି ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଗଞ୍ଜାମ ଜିଲ୍ଲାପାଳ ତୁରନ୍ତ ଏହି ବେଆଇନ ଫେବର ରୋଡ଼ ନିର୍ମାଣ କିପରି ଚାଲିଛି। ତାହା ଦେଖିବା ପାଇଁ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରିବା ପାଇଁ ସଜବାଜ ହେଉଥିବା ଜଣା ପଡ଼ିଛି। ଆଶ୍ଚର୍ଯ୍ୟ ର କଥା କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ କାର୍ଯ୍ୟ ଆସିକା ଭଳି ଏକ ସହରରେ କିପରି ଚାଲିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ହୋଇଛି। ସ୍ଥାନୀୟ କଣ୍ଟ୍ରାକ୍ଟର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଏବେ ବାଟରୁ ଯାଇ ହାଟରେ ଗଡ଼ିଲାଣି ଯାହାକି ଧର୍ମକୁ ଆଖିଠାର ନୀତିରେ ଚାଲିଛି କାମ l ଦିନ ଦିପହରେ ସରକାରୀ ଟଙ୍କା କୁ ଆତ୍ମସାତ କରିବାକୁ ପଛାଉନାହାନ୍ତି ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି

nis-ad
Leave A Reply

Your email address will not be published.