ମାଲକାନଗିରି : ପଡିଆରେ ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ…

ମାଲକାନଗିରି : ପଡିଆ ବ୍ଳକ ସଦର ମହକୁମା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଖେଳ ପଡିଆରେ ବ୍ଲକ ସ୍ତରୀୟ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆାଦିବାସୀ ଅଧ୍ୟୁଷିତ ପଡିଆ ବ୍ଳକର ଆଠଟି ପଞ୍ଚାୟତରୁ ମୋଟ ୧୬ ଦଳକୁ ନେଇ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଛି। ଆଜିର ଉଦଘାଟନୀ ଦିବସର ପ୍ରଥମ ମ୍ୟାଚ ବାପନପଲ୍ଲୀ ଓ ଧରମପଲ୍ଲୀ ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ୨-୦ ଗୋଲରେ ବାପନପଲ୍ଲୀ ବିଜୟୀ ହୋଇଛି। ସେହିପରି ଦ୍ଵିତୀୟ ମ୍ୟାଚ ଏମପିଭି ୬୬ ଓ ମୋଟୁମଗୁଡା ମଧ୍ୟମରେ ଅନୁଷ୍ଟିତ ହୋଇଥିଲା ବେଳେ ଏମପିଭି ୬୬ ଗୋଟିଏ ଗୋଲ ବ୍ୟବଧାନରେ ମ୍ୟାଚ ବିଜୟୀ ହୋଇଥିବା ଜଣାପଡିଛି। ଏହି ଅବସରରେ ଆୟୋଯିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିକେଟ ସଂଘର ସଭାପତି ଏମଡି ଫାରୁକ୍ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପଡିଆ ଆଞ୍ଚଳିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପଡିଆ ଆଦିବାସୀ ଅଧ୍ୟୁଷିତ ଇଲାକା ହୋଇଥିବା ବେଳେ ଫୁଟବଲ୍ ଖେଳ ପାଇଁ ଆବଶ୍ୟକୀୟ ଧର୍ଯ୍ୟ ଓ ମନୋବଳ ସ୍ଥାନୀୟ ଅଞ୍ଚଳରେ ଖେଳାଳିଙ୍କ ଠାରେ ଅଭାବ ନାହିଁ, ଉତ୍ତମ ବାତାବରଣ ସହ ସଠିକ ସୁଯୋଗ ମିଳିଲେ ପଡିଆ ଅଞ୍ଚଳରୁ ମଧ୍ୟ ଖେଳାଳୀ ମାନେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଖେଳିବାକୁ ସକ୍ଷମ ହୋଇପାରିବେ ବୋଲି ଶ୍ରୀ ଫାରୁକ କହିଛନ୍ତି। ଏହି ମ୍ୟାଚ ଗୁଡିକୁ ରେଫେରୀ ଚୀନାମ ଆଲିଲୁୟା, ଚୀନାମ ମାନସ, ନବୀନ ୱାନ୍ତାଲ ପରିଚାଳନା କରିଥିବା ବେଳେ ନାରା ବେଞ୍ଜାମିନ, ସଂଗ୍ରାମ ପୋଟଲା, ନାକା ଦୀପକ, ଏମ୍ ଚନ୍ଦ୍ରକାନ୍ତ, ଏନ୍ ନରସିଂମା ଓ ତୁମ ରାଜେଶ ପ୍ରମୂଖ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.