କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଯର୍ଦ୍ଦୋଷଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ…

ବ୍ରହ୍ମପୁର, ୪/୧୦ : କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଯୋର୍ଦ୍ଦୋଷଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ଆରମ୍ଭ ହୋଇଛି । ଆଜି ଖଲ୍ଲିକୋଟ ଗସ୍ତ କରି ସେଠାରେ ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଫସୁଲା ଠାରେ ଥିବା ପଥର କଳାକୃତି କାରିଗର ମାନଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ପରେ କଦୋଳା ଠାରୁ ଏକ ବିଶାଳ ବାଇକ୍ ରାଲିରେ ପୋଲସରା ଗସ୍ତ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସହ ବାଲିଛାଇ ଠାରେ ମୋ’ ମାଟି ମୋ’ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଂଧ୍ୟାରେ ଗୋପାଳପୁର ଠାରେ କେନ୍ଦ୍ର ମନ୍ତ୍ରୀ ପହଞ୍ଚିବା ପରେ ଦଳ ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ପରେ ଗୋପାଳପୁର ସ୍ଥିତ ହୋଟେଲ୍ ମେ ଫେୟାର୍ ଠାରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ବରେ ହୋଇଥିବା ଜିଲ୍ଲା ପଦାଧିକାରୀ,ବିଧାନସଭା ପ୍ରଭାରୀ,ସଂଯୋଜକ ମାନଙ୍କ ସହ “ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକରେ” ଯୋଗ ଦେଇଥିଲେ । ଆସନ୍ତା ଏକ ସପ୍ତାହ ମଧ୍ୟରେ ପ୍ରତ୍ୟେକ ମଣ୍ଡଳ ସ୍ତରରେ ମୋ’ ମାଟି ମୋ’ ଦେଶ କାର୍ଯ୍ୟକ୍ରମ ସାରିବା ସହ ପ୍ରତ୍ୟେକ ବୁଥ୍ ସଶକ୍ତିକରଣ ଉପରେ ଜୋର୍ ଦେଇଥିଲେ । ବୁଥ୍ ସ୍ତରରେ ଦଳକୁ କିଭଳି ସୁଦୃଢ଼ ହୋଇପାରିବ ଏହା ଉପରେ ମାର୍ଗ ଦର୍ଶନ କରିବା ସହ ଗୁରୁମନ୍ତ୍ର ଦେଇଥିଲେ । ଏହା ସହ ଆଗାମୀ ଦିନରେ ଦଳ ପକ୍ଷରୁ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବ୍ରହ୍ମପୁର ବିଧାନସଭା ନେତା କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ଛତ୍ରପୁର ବିଧାନସଭା ନେତା ପ୍ରଶାନ୍ତ କର, ଦିଗପହଣ୍ଡି ବିଧାନସଭା ନେତା ମହନ୍ତ ଚିନ୍ମୟାନନ୍ଦ ଦାସ ମହାରାଜ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ପରେଶ ଚନ୍ଦ୍ର ରଥ,ରଶ୍ମିରାଣୀ ମହାପାତ୍ର,ଡ଼ା.ସୁବାଷ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥି,ଜିଲ୍ଲା ସମ୍ପାଦକ ଭୀମସେନ ବେହେରା,ବାଳକୃଷ୍ଣ ସାମନ୍ତରା,ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା ସର୍ମିଷ୍ଠା ପ୍ରଧାନ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ,ପୂର୍ବତନ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ,ବରିଷ୍ଠ ନେତା ରାଜେଶ କୁମାର ସାହୁ,ବାପି ପ୍ରଧାନ,ବସନ୍ତ ବେହେରା ପ୍ରମୁଖଙ୍କ ସମେତ ଜିଲ୍ଲା ନେତୃବୃନ୍ଦ ଏହି ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକରେ ଯୋଗ ଦେଇଥିଲେ । ଆସନ୍ତା କାଲି ୫ ତାରିଖ ଦିନ ଶ୍ରୀମତୀ ଦର୍ଶନା ଯର୍ଦ୍ଦୋଷ ଗୋପାଳପୁର ବିଜେପି କୋର୍ କମିଟି ସଦସ୍ୟ ମାନଙ୍କ ବୈଠକ ସହ “ବସ୍ତି ସମ୍ପର୍କ ଅଭିଯାନରେ” ସାମିଲ ହେବେ । ପରେ ପାତ୍ରପୁର ଗସ୍ତ କରି ସେଠାରେ ମୋ’ ମାଟି ମୋ’ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ଛତ୍ରପୁର ଗସ୍ତ କରି ଆର୍ଯ୍ୟପଲ୍ଲୀ ଠାରେ କୈବର୍ତ୍ତ ସମାଜ (ଫିସରିମେନ୍ କମ୍ୟୁନିଟି) ସହ ବୈଠକ ପରେ ଗଞ୍ଜାମ ଏନ୍ଏସି ଠାରେ “ଜନ ସମ୍ପର୍କ ଅଭିଯାନରେ” ଯୋଗ ଦେଇ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ ସୂଚନା ଦେଇଛନ୍ତି । ‌ ଆପଣଙ୍କ – ସୁନିଲ କୁମାର ସାହୁ, ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ, ବିଜେପି, ଗଞ୍ଜାମ ।

nis-ad
Leave A Reply

Your email address will not be published.