ଋକ୍ଷଭେଦୀ ପ୍ରକଳ୍ପ ତରଫରୁ ପ୍ରୟୋଗଶାଳା ବିଶେଷଜ୍ଞଙ୍କ ନିମନ୍ତେ ଦିନିକିଆ ତାଲିମ…

ଫୁଲବାଣୀ : ଅଦ୍ୟାବିଧି ଏଚ.ଆଇ.ଭି. ସଂକ୍ରମଣ ରୋକିବା ନିମନ୍ତେ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଥିବା ବେଳେ ସୁଗମ ସମନ୍ବିତ ପରାମର୍ଶ (ଏଫ୍.ଆଇ.ସି.ଟି.ସି) ଓ ରକ୍ତ ପରୀକ୍ଷା କେନ୍ଦ୍ରରେ କାର୍ଯ୍ୟ କରୁଥିବା ପ୍ରୟୋଗଶାଳା ବିଶେଷଜ୍ଞ ମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏଣୁ ସଠିକ୍ ଅନ୍ତରାଳରେ ସେମାନଙ୍କର ଦକ୍ଷତା ବୃଦ୍ଧିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ, ରାଜ୍ୟ ଏଡ୍.ସ୍ ନିୟନ୍ତ୍ରଣ ସମିତି, ଭୁବନେଶ୍ଵର ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳଙ୍କ ମିଳିତ ସହଯୋଗରେ ଏକ ଦିନିକିଆ ତାଲିମ ମୂଖ୍ୟ ଚିକିତ୍ସାଳୟର ଡି.ଟି.ସି. କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଲକ୍ଷ୍ୟ ଥିଲା କି, ଯେଉଁ ମାନେ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ କାର୍ଯ୍ୟରତ ସେମାନଙ୍କର ପରାମର୍ଶ ସେବା ଓ ସଂକ୍ରମିତ ବ୍ୟକ୍ତି କୁ ଚିହ୍ନଟି କରଣ ସମୟରେ ସତର୍କତା ଅବଲମ୍ବନ, ସଠିକ୍ ବିପଦ ସଂକୁଳ ଗୋଷ୍ଠିକୁ ପରଖି ସେମାନଙ୍କୁ ସମନ୍ଵିତ ପରୀକ୍ଷା କେନ୍ଦ୍ରକୁ ପ୍ରେରଣ କରିବା ପ୍ରକ୍ରିୟା ସମ୍ପର୍କରେ ଜ୍ଞାନ ଓ ଦକ୍ଷତା ବଢାଇବା ।କର୍ଯ୍ୟକ୍ରମରେ ଲକ୍ଷ୍ୟଭେଦି ପ୍ରକଳ୍ପ ତରଫରୁ କାର୍ଯ୍ୟକାରୀ ହେଉଥିବା ଆଠଗୋଟି ବ୍ଲକର ଏଲ.ଟି. ମାନଙ୍କ ସହିତ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ତରଫରୁ ୫ ଜଣ ଏଲ.ଟି. ମଧ୍ୟ ଯୋଗ ଦେଇଥିଲେ । ଜିଲ୍ଲା ସୁପରଭାଇଜର ଦେବାଶିଷ ମିଶ୍ର ପରାମର୍ଶ ଜନୀତ ସେବା ବିଷୟରେ ସ୍ଲାଇଡ ମାଧ୍ୟମରେ ବିସ୍ତୃତ ଭାବେ ଆଲୋଚନା କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ଜେନା ଗର୍ଭବତୀ ମା ଠାରୁ ଶିଶୁଙ୍କୁ ସଂକ୍ରମଣ ରୋକିବାର ପ୍ରକ୍ରିୟା ଗୁଡିକୁ ଦର୍ଶାଇଥିଲେ । ଏଥି ସହ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ବିଶ୍ଵରଞ୍ଜନ କର ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟକାରି ହେଉଥିବା ସୁବିଧା ସୁଯୋଗ ବିଷୟରେ ସମସ୍ତ ଏଲ.ଟି. ମାନଙ୍କୁ ଅବଗତ କରିଥିଲେ । ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ପ୍ରଶନ୍ନ କୁମାର ତ୍ରିପାଠୀ ଜାତୀୟ ଏଡ୍.ସ୍. ନିୟନ୍ତ୍ରଣ ସଂସ୍ଥାର ୫ ମ ସଂସ୍କରଣ ରେ ଗୁରୁତ୍ବ ଦିଆଯାଇଥିବା ୯୫-୯୫-୯୫ ଲକ୍ଷ୍ୟ କିପରି କନ୍ଧମାଳ ଜିଲ୍ଲାରେ ହାସଲ କରାଯାଇ ପାରିବ ତାହା ଉପସ୍ଥାପନ କରିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଶେଷରେ ପ୍ରଦୀପ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସାନ୍ତନୁ କୁମାର ମିଶ୍ର ଓ ବୈକୁଣ୍ଠ ଚରଣ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସମସ୍ତ ବିଷୟକୁ ତଥ୍ୟ ସମ୍ବଳିତ କରିବାକୁ ମୃତ୍ୟୁଞ୍ଜୟ ବେହେରା ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.