ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ…

ଦାରିଙ୍ଗବାଡ଼ି, ୫/୧୦ : ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ କ୍ଲଷ୍ଟର ଅଧିନସ୍ଥ ୧୨ ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସିଆରସିସି ସନ୍ତୋଷ କୁମାର ମଲିକଙ୍କ ତତ୍ୱାବଧାନରେ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି କରା ଯାଇଥିଲା। ମୁଖ୍ୟଅତିଥି ଭାବେ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସିଂ ଓ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷକ ରାମ ଚନ୍ଦ୍ର ଜେନା ଯୋଗ ଦେଇଥିଲେ। କର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ନେଇଁ ୧୦ ଟି ବିଭାଗରେ ପ୍ରତିଯୋଗିତା କରାଯାଇଥିଲା। ପ୍ରତେକ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କୁ ମାନ ପତ୍ର ସହିତ ପୁରସ୍କାର ଦେଇ ପୁରସ୍କୃତ କରାଯାଇଥିଲା। ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରୀତି ମାଝୀ ପୁରୁସ୍କୃତ ହୋଇଥିବାବେଳେ, ଚିତ୍ରାଙ୍କନ ବରିଷ୍ଠ ବିଭାଗରେ ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସଞ୍ଜିତା ମାଝୀ, ଚିତ୍ରାଙ୍କନ କନିଷ୍ଟ ବିଭାଗରେ ସପ୍ତମ ଶ୍ରେଣୀ ଛାତ୍ର ରୋହିତ ଉଠାଣସିଂ,ସୃତଲିଖନ ଓ ହସ୍ତାକ୍ଷରରେ କିନାରୀ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ସନ୍ଦୀପ ପାତ୍ର, କୁଇଜରେ କନିଷ୍ଠ ବିଭାଗରେ ସତ୍ୟବ୍ରତ ନାୟକ ଓ ବରିଷ୍ଠ ବିଭାଗରେ ନବମ ଶ୍ରେଣୀ ଛାତ୍ର ଆକାଶ କାଲି ମାଝୀ ସରକାରୀ ଉଚ୍ଚ ବିଦ୍ୟାଳୟ ବ୍ରାହ୍ମଣୀଗାଁ, ଡିବେଟ ପ୍ରତିଯୋଗୀତାରେ ପ୍ରଜ୍ଞାନ ପରିମିତା ନାୟକ, ମିଲେଟ ପ୍ରତିଯୋଗିତାରେ ରିମା ପ୍ରଧାନ, ସଙ୍ଗୀତ ପ୍ରତିଯୋଗିତା ବରିଷ୍ଠ ରେ ପ୍ରଭାତି ତାର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ବୈଶାଳୀ ବଳିୟାରସିଂ, କନିଷ୍ଟ ବିଭାଗରେ ରିଣ୍ଟୁ ନାୟକଅ ଅଲାଞ୍ଜୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସପ୍ତମ ଶ୍ରେଣି ଛାତ୍ର, ସୃଜନାତ୍ମକ ଲିଖନରେ ହାଟପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ରିଆ ସୁଆଲସିଂ ପ୍ରଥମ ସ୍ଥାନ ପାଇ ପୁରସ୍କୃତ ହୋଇଛନ୍ତି। କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରା ଯାଇ ଥିଲା। କାର୍ଯ୍ୟକ୍ରମ ଶେଷରେ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁକମୁନି ଦିଗାଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶିକ୍ଷକଙ୍କ ସମୁହଙ୍କ ସହଯୋଗରେ ସମ୍ପାଦିତ ହୋଇଥିବା ଜଣା ପଡ଼ିଛି।

nis-ad
Leave A Reply

Your email address will not be published.