ଛଟେଇ କରିଥିବା ସୁରକ୍ଷାକର୍ମୀଙ୍କୁ ପୁନଃ ନିଯୁକ୍ତି ଦାବି…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ଏବଂ ସମସ୍ତ ହସ୍ପିଟାଲରେ କାର୍ଯ୍ୟରତ ଥିବା ସୁରକ୍ଷା କର୍ମୀ ମାନଙ୍କୁ ନିଯୁକ୍ତି ଦେଉଥିବା ବିମଳା ଇଣ୍ଟର୍ରପ୍ରାଇଜେସ୍ ଏଜେନ୍ସି ର କନ୍ଧମାଳ ଜିଲ୍ଲାର ଗରିବ ନିରୀହ ଯୁବକ ଯୁବତୀ ମାନଙ୍କୁ ଚାକିରୀ ଦେବା ନାଁରେ ଚାଲିଛି ଅର୍ଥ ଆଦାୟର ମାରଣା ନୀତି l ଉକ୍ତ ବିଷୟକୁ ନେଇଁ ସୁପର୍ରଭାଉଜର୍ ସୁମନ୍ତ ବେହେରା ବିରୋଧ କରିବାରୁ ତାଙ୍କୁ ଏବଂ ତାଙ୍କ ଦୁଇ ସୁରକ୍ଷା କର୍ମୀଙ୍କୁ ଚାକିରୀରୁ ନିଲମ୍ବିତ କରିଥିବାରୁ ସମସ୍ତ ସୁରକ୍ଷା କର୍ମୀ ମୂଖ୍ୟ ଚିକିତ୍ସାଳୟର ସମ୍ମୁଖରେ ଶାନ୍ତି ଶୃଙ୍ଖଳା ଭାବେ କାର୍ଯ୍ୟବନ୍ଦ କରି ବସିଥିଲେ l ଉକ୍ତ ବିଷୟରେ କନ୍ଧମାଳ ଜିଲ୍ଲା କୃଷକ ସଂଘଟନର ରାଜ୍ୟ ପ୍ରଭାରୀ ତଥା ଲେବର୍ ସଂଘଟନର ଜିଲ୍ଲା ସଭାପତି ଘନ କୁମାର ସବର, ସାମ୍ବାଦିକ କ୍କ୍ଷୀରୋଦ କୁମାର ସାହାଣୀ, ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ (AICWC ) ର ରାଜ୍ୟ ଉପସଭାପତି ତଥା ମାନବାଧିକାର ମିଶନର ମିଡ଼ିଆ ସମ୍ପାଦକ ସାମ୍ବାଦିକ କୁନା ଦିଗାଲ,କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ରାଧାମୋହନ ମହାପାତ୍ର,କନ୍ଧମାଳ ଜିଲ୍ଲା ମିଳିତ ମଞ୍ଚର ଜିଲ୍ଲା ସଭାପତି ସମୀର କୁମାର ଘଟାଲ ଉକ୍ତ ସ୍ତାନକୁ ଯାଇ ହସ୍ପିଟାଲର ସୁରକ୍ଷା କର୍ମୀ ମାନଙ୍କୁ ପଚାରି ବୁଝିବାରୁ ବିମଳା ଏଜେନ୍ସି ର ଗରିବ ଖଟିଖିଆ ଲୋକଙ୍କ ଠାରୁ ମାରଣା ନୀତି କୁ ବିରୋଧ କରିବାରୁ ପୂର୍ବରୁ ଦୀର୍ଘ ଆଠ ବର୍ଷ ହେବ ଶୃଙ୍ଖଳିତ ଭାବେ ସୁରକ୍ଷା ବାହିନୀ ଭାବେ କାର୍ଯ୍ୟକ୍ରମ ଆସୁଥିବା ସୁମନ୍ତ ବେହେରା ବର୍ତ୍ତମାନ ବିମଳା ଏଜେନ୍ସି ର ଅଧୀନରେ ସୁପର୍ରଭାଇଜର୍ ଭାବେ କାର୍ଯ୍ୟ ତୁଲେଇ ଆସୁଥିଲା ବେଳେ ଏଜେନ୍ସିର ମାରଣା ନୀତିକୁ ବରୋଧ କରିବାରୁ ଚାକିରୀରୁ ନିଲମ୍ବିତ କରାଯାଇଥିବାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଥିଲା ବୋଲି ସୁମନ୍ତ ବେହେରା କହିଥିଲେ l ଉକ୍ତ ବିଷୟରେ ଜିଲ୍ଲା ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ, ହସ୍ପିଟାଲ ମେନେଜର୍ ନାୟକ ବାବୁ, ଡି ପି ଏମ୍ ଓ ଏବଂ ଏଜେନ୍ସିର ଏରିଆ ମେନେଜର୍ ଆନ୍ଦୋଳନ ସ୍ଥଳରେ ପହଂଚି ଆଲୋଚନା କରିଥିଲେ l
ସୁମନ୍ତ ବେହେରାଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟ ଦୁଇ କର୍ମୀଙ୍କୁ ମଧ୍ୟ ପୁନଃ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ଦେଖିବାକୁ ମିଳିଥିଲା l

nis-ad
Leave A Reply

Your email address will not be published.