ଲୋନ କରେଇ ଦେବା ନାମରେ ଠକେଇ : ଘରେବସି ରୋଜଗାର ଲୋଭ ଦେଖାଇ ଲୁଟିଲେ ଠକ ଟାର୍ଗେଟରେ ମହିଳା ଗୃପ

ହିଞ୍ଜିଳିକାଟୁ ୫/୧୦ : ମହିଳା ଗୃପ ଲୋନ କରିଦେବାକୁ କହି ଲୁଟିଲେ ଠକ । ୫ ଜଣ ମହିଳାଙ୍କ ଠାରୁ ୭ ହଜାର ୫୦୦ ଟଙ୍କା ଠକିନେଲେ ଠକ। ଆପଣ ମହିଳା ଗ୍ରୁପ ଲୋନ ନେବାକୁ ଚାହୁଁଛନ୍ତି କି? ସାବଧାନ ଅଞ୍ଚଳରେ ବିଭିନ୍ନ ସଂସ୍ଥାର କର୍ମଚାରୀ କହି ବୁଲୁଛନ୍ତି ଠକ l ମୋଟା ଅଙ୍କର ଲୋନ କରାଇଦେବାକୁ କହି ଡକୁମେଣ୍ଟ ସହିତ ଅଗ୍ରିମ ପ୍ରୋସେସିଙ୍ଗ ଚାର୍ଜ ବାବଦକୁ ଟଙ୍କା ଆଦାୟକରି ଚମ୍ପଟ ମାରୁଛନ୍ତି ଠକ l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବରଗାଁ ହରିଜନ ସାହିରେ l
ମଙ୍ଗଳବାର ଦିନ ଜୈନିକ ଠକ ବ୍ୟକ୍ତି ସାହିକୁ ଆସି ନିରୀହ ମହିଳା ମାନଙ୍କୁ ଜଣଙ୍କ ପିଛା ଏକ ଲକ୍ଷ ଟଙ୍କାର ଗ୍ରୁପ ଲୋନର ପ୍ରଲୋଭନ ଦେଖାଇ ୫ ଜଣ ମହିଳାଙ୍କ ଠାରୁ ଏକ ହଜାର ପାଞ୍ଚ ଶହ ଟଙ୍କା ଲେଖାଏଁ ଅଗ୍ରିମ ରାଶି ଏୟାରଟେଲ ବେଙ୍କି ମାଧ୍ୟମରେ ପଠାଇବାକୁ କହିଥିଲେ l ଗୁରୁବାର ଫୋନ ଯୋଗେ ଟଙ୍କା ପଠାଇବ ଓ ପରେ ଟଙ୍କା ନେବା ପରେ ଲୋନ ଟଙ୍କା ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ l ଅଧିକ ରୋଜଗାର ଲୋଭ ଦେଖାଇ ମହିଳା ମାନଙ୍କୁ ଘରେ ବସି ମସଲା ପେକିଂ ଓ ଅନ୍ୟାନ୍ୟ କାହାଣୀ କହିଛନ୍ତି। ତେବେ ସମସ୍ତ ଙ୍କୁ ବରଗାଁ ରୁ ହିଞ୍ଜିଳିକାଟୁ ପେଟ୍ରୋଲ ପମ୍ପ ନିକଟକୁ ଅଫିସ କୁ ଫୋନ ଯୋଗେ ଗୁରୁବାର ଡ଼କାଇଥିଲେ ଓ ଗୋଟିଏ ଦିନରେ ବହୁ ମହିଳାଙ୍କୁ ଡ଼କାଇଥିବା କହିଛନ୍ତି ଠକାମର ଶିକାର ହୋଇଥିବା ମହିଳା ମାନେ। ଲୋନ ଟଙ୍କା ସାଙ୍କସନ ହୋଇନାହିଁ ବୋଲି କହିଥିଲେ ଓ ହିଞ୍ଜିଳିକାଟୁ ପେଟ୍ରୋଲ ପମ୍ପ ନିକଟ କାର୍ଯ୍ୟାଳୟ ଥିବା କହିଥିଲେ। କିନ୍ତୁ ମହିଳା ମାନେ ହିଞ୍ଜିଳିକାଟୁ ଆସିବା ପରେ ଠକ ଦେଇଥିବା ଫୋନ ନମ୍ବର ୮୦୯୩୯୨୭୬୧୬ କୁ କଲ କଲେ ରିଙ୍ଗ ହେଉଛି କେହି ଉଠାଉନାହାନ୍ତି ଓ ପରେ ସୁଈଚ ଅଫ କରିଦେଇଥିଲା। ହିଞ୍ଜିଳିକାଟୁ ପେଟ୍ରୋଲ ପମ୍ପ ନିକଟରେ କୈଣସି ସ୍ଵୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ନଥିବା ଜାଣିବା ପରେ ମହିଳା ମାନେ ଠକେଇ ର ଶିକାର ହୋଇଥିବା ଜାଣିବାକୁ ପାଇଲେ । ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିସରରେ ଅନ୍ୟ ମହିଳାମାନେ ନଜାଣିଲା ପରି ରହୁଥିବା ବେଳେ କିଛି ମହିଳା ଥାନାର ଦ୍ବାରସ୍ଥ ହେଵେ ବୋଲି କହିଛନ୍ତି ଯାହା ଏବେ ହିଞିଳିକାଟୁ ଅଞ୍ଚଳରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ମହିଳାଙ୍କୁ ରୁଣ ଦେବା ନାଁରେ ଟଙ୍କା ଦେଇ ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଛି ଠକ।ରୁଣ ଦେବା ନାଁରେ ପ୍ରାଇଭେଟ ଫାଇନାନ୍ସ କଂପାନୀ କରି ୨ଶହରୁ ଅଧିକ ମହିଳାଙ୍କ ପାଖରୁ ଲୁଟ କରି ଫେରାର ହୋଇଥିବାର ଅଭିଯୋଗ ଆଣିଲେ ଶତାଧିକ ମହିଳା | ସୂଚନା ମୁତାବକ ଗତକିଛି ଦିନ ଧରି ହିଞ୍ଜିଳିକାଟୁ ସହର ରେ କିଛି ଘରୋଇ କମ୍ପାନୀ ମହିଳା ଗୃପ ଙ୍କୁ ଧରି ରୁଣ ଦିଅଣ ଓ ନିଅଣ ର ବ୍ୟବସ୍ଥା ଆରମ୍ଭ କରିଥିଲେ | ବର୍ତମାନ କିଛି ଦିନ ଧରି ସେହି ସବୁ କମ୍ପାନୀ ଠାରୁ ରୁଣ ଆଣି ସ୍ଥାନୀୟ ମହିଳା ମାନେ ଅଛନ୍ତି ସତ କିନ୍ତୁ ଏହି ସବୁ ଗୃପ ର ମୁଖ୍ୟ ମହିଳା ଭଡ଼ାରେ ରହୁଥିବା ଭିଆଇପି କଲୋନୀ ରୁ ବର୍ତମାନ ଫେରାର | ସ୍ଥାନୀୟ ମହିଳା ଙ୍କ କହିବା ଅନୁସାରେ ରୁଣ ଦେବା କମ୍ପାନୀ ସମସ୍ତ ହିତାଧି କାରୀଙ୍କ ଆକାଉଣ୍ଟ ରେ ଟଙ୍କା ପଇଠ କରିଛି କିନ୍ତୁ ଟଙ୍କା ନେବା ପରେ ଗ୍ରାହକ ଅନ୍ୟ ଜଣେ ମହିଳା ଙ୍କୁ ହାତ ଉଧାରୀ ଦେଇଛନ୍ତି |ବର୍ତମାନ ବଡ କଥା କି ନିୟମ ଅନୁସାରେ ଟଙ୍କା ଦେଇଥିବା କମ୍ପାନୀ ଟଙ୍କା ଫେରସ୍ତ ମାଗୁଛି | ଗ୍ରାହକ ରୁଣ ନେବା ପରେ କାହାକୁ ଦେଲେ କି ନ ଦେଲେ ସେଥିରେଭ କମ୍ପାନୀ ର କିଛି ଲେଣ ଦେଣ ନାହି କହି କମ୍ପାନୀ ବାଲା ନିଜ କାମ ସାରି ଦେଇଛନ୍ତି | ବର୍ତମାନ ସବୁଠାରୁ ବଡ କଥା କି ଏହି ସବୁ ମହିଳା ମାନେ ଯୋଊ ସବୁ ଟଙ୍କା ଦେଇଛନ୍ତି ସେ ସବୁ ନିଜେ ବ୍ୟକ୍ତିଗତ ଭାବେ ଦେଇଥିବା କଥା ପ୍ରକାଶ କରିଛନ୍ତି | ଯାହାକୁ ନେଇ ହିଞ୍ଜିଳି ପୋଲିସ ପାଖରେ ଲିଖିତ ଅଭିଯୋଗ କରିଥିଲେ |ହିଞ୍ଜିଳିକାଟୁ ରୁ ଚଳିତବର୍ଷ ଏଭଳି ଢଙ୍ଗରେ କୋଟି କୋଟି ଟଙ୍କା ଲୁଟି ସାରିଲେଣି ଅପରାଧୀ। ନା ପୁଲିସ ଠକଙ୍କ ପାଖରେ ପହଞ୍ଚି ପାରୁଛି, ନା ଲୋକେ ସଚେତନ ହେଉଛନ୍ତି। କ୍ରାଇମବ୍ରାଞ୍ଚ କିମ୍ବା ରାଜ୍ୟ ପୁଲିସ ପକ୍ଷରୁ ମଧ୍ୟ ସେଭଳି ବଡ଼ଧରଣର ସଚେତନତା କାର୍ଯ୍ୟକ୍ରମ ଏଯାଏ ଦେଖିବାକୁ ମିଳୁ ନାହିଁ।ଅନ୍ୟପଟେ ଠକେଇ ଟଙ୍କା ତୁରନ୍ତ ଫେରସ୍ତ ସହ ନ୍ୟାୟ ଦାବି କରିଛନ୍ତି ମହିଳା ମାନେ।ଯାହାକୁ ନେଇ ହିଞ୍ଜିଳି ଥାନାରେ କୈଣସି ଲିଖିତ ଅଭିଯୋଗ ହୋଇନାହିଁ

nis-ad
Leave A Reply

Your email address will not be published.