କନ୍ଧମାଳର ଶିକ୍ଷୟତ୍ରୀ ପାଇଲେ ନେସନ ବିଲ୍ଡର ଆୱାର୍ଡ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଗୁଡ୍ରିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଛବିଲତା ନାୟକ ପାଇଲେ ଗଞ୍ଜାମ ଜିଲ୍ଲା ଅନ୍ତର୍ଜାତୀୟ ରୋଟାରୀ ତରଫରୁ ନେସନ ବିଲ୍ଡର ଆୱାର୍ଡ । ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ ଯୋଗଦେଇ କହିଲେ ଶିକ୍ଷକହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରି ସୁଦୃଢ ଦେଶଟିଏ ଗଠନ କରେ । ସମ୍ମାନିତ ଅତିଥି ଭାବେ ରୋଟାରୀ ଆସିଷ୍ଟାଣ ଗଭର୍ଣ୍ଣର ରୋହିତ କକର୍, ଏବଂ ଚେୟାରମେନ ରୋଟାରୀଆନ ଅଜିତ କୁମାର ପାତ୍ର, ସଂପାଦିକା ମଧୁସ୍ମିତା ସାହୁ ପ୍ରମୁଖ ମଞ୍ଚlସିନ ଥିଲେ । କାର୍ଯ୍ୟକ୍ରମରେ ରୋଟାରୀୟାନ ପ୍ରଦ୍ୟୁମ୍ନ ବିଷୋୟୀ ସଭାପତିତ୍ୱ କରିଥିଲେ ।

nis-ad
Leave A Reply

Your email address will not be published.