ପାରିବାରିକ କଳହର କରୁଣ ପରିଣତି, ଶିକ୍ଷୟତ୍ରୀ ସମେତ ଦୁଇ ୭ବର୍ଷର ଶିଶୁ ଓ ଶାଶୁ ମୃତ, ସ୍ବାମୀ ଗିରଫ

ହିଞ୍ଜିଳିକାଟୁ (୧୮/୦୯) : ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ରେ ଘଟିଛି ଅଭାବନୀୟ ଘଟଣା ଘଟିଛି। ଘଟଣା ଘଟିଛି ଶେରଗଡ଼ ବାଇପାସ ସ୍ଥିତ ଶ୍ରୀରାମ ନଗର ସାହିରେ। ଭଡାରେ ରହୁଥିବା ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ଯାଳୟ ର ସହକାରୀ ଶିକ୍ଷୟତ୍ରୀ ସାବିତ୍ରୀ କୁମାରୀ ବେହେରା ଓ ତାଙ୍କର ୭ ବର୍ଷର ଦୁଇପୁଅ ଶିବେଶ ଡାକୁଆ, ପ୍ରିତିଶ ଡାକୁଆ ।ରବିବାର ରାତ୍ରିରେ ଖାଦ୍ଯ ଖାଇଲା ପରେ ଅସୁସ୍ଥ ଅନୁଭବ କରିବା ସହ କିଛି ସମୟ ପରେ ତିନିଜଣ ର ମ୍ରୁତ ହୋଇଥିଲା। ଘରେ ରହୁଥିବା ଶିକ୍ଷୟତ୍ରୀ ଙ୍କ ସ୍ବାମୀ ପ୍ରଶାନ୍ତ ଡାକୁଆ ଅଚେତ ଅବସ୍ଥା ରେ ଥିବା ଦୁଇ ପୁଅ , ମାଁ ଉର୍ମିଳା ଡାକୁଆଙ୍କୁ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ସ୍ତ୍ରୀ ସାବିତ୍ରୀକୁ ଡାକ୍ତର ଖାନା କୁ ଅଣାଯାଇଥିଲା। ସେଠାରେ ଡାକ୍ତର ଦୁଇପୁଅ ଓ ମାଁ କୁ ମୃତ ଘୋଷଣା କରିଥିଲେ। ପ୍ରଶାନ୍ତ ଡାକୁଆ ର ମାଁ ଉର୍ମିଳା ଡାକୁଆ କୁ ଗୁରୁତର ହେବାରୁ ବ୍ରହ୍ମପୁର କୁ ପଠାଯାଇଥିଲା। ଶେରଗଡ ପୋଲିସ ଥାନାର ଏସ ଆଇ ସତ୍ଯଜିତ ବେଣିଆ ଓ ଆସିକା ଏସଡ଼ିପିଓ ଉମା ଶଙ୍କର ସିଂ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପ୍ରାଥମିକ ତଦନ୍ତରୁ ରାତ୍ରିରେ ଖାଇଥିବା ଖାଦ୍ୟ ଯୋଗୁଁ ଏହି ମ୍ରୁତ୍ୟୁ ଘଟିଛି ବୋଲି ପୋଲିସ ଅନୁମାନ କରିଥିଲା। ଅପରାହ୍ନରେ ସାବିତ୍ରୀ ର ଭାଇ ଓ ମାଆ ଶେରଗଡ ଥାନାରେ ପହଞ୍ଚି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ଉପସ୍ଥିତିରେ ମୋର ଭଉଣୀ ସାବିତ୍ରୀ, ଦୁଇ ଭଣଜା କୁ ବିଷ ଦେଇ ମାରି ଦିଆଯାଇଛି ବୋଲି କହିଥିଲେ । ପୂର୍ବରୁ ମୋର ଭଉଣୀ ଉପରେ ମାନସିକ, ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲା। ମୋର ଭଉଣୀ ଉତ୍ତର ଦେଲେ ଧମକ ଚମକ ଦେଉଥିଲା। ଏଣୁ ମତେ ନ୍ଯାୟ ପ୍ରଦାନ କରନ୍ତୁ ଦୋଷୀଙ୍କୁ ଦଣ୍ଡ ବିଧାନ କରନ୍ତୁ ବୋଲି ଏତାଲା ଦେବା ପରେ ଶେରଗଡ ପୋଲିସ ଥାନା କେସନଂ ୪୭୪ /୨୩ ପ୍ରକାରେ ମାମଲା ରୁଜୁକରି ଶବକୁ ବ୍ଯବେଛେଦ ପାଇଁ ପଠାଇଛି। ସ୍ବାମୀ ପ୍ରଶାନ୍ତ ଡାକୁଆକୁ ଗିରଫ କରି ଥାନାକୁ ଆଣିଛନ୍ତି। ସାବିତ୍ରୀ ର ଭାଇ ଦିଲିପ ଓ ମାଁ କୁ ଶେରଗଡ ଥାନାରେ ଏସପି ଶ୍ରୀ ମୀନା ଘଟଣା ସମ୍ପର୍କରେ ପଚରା ଉଚରା ଜାରୀ ରଖିଛନ୍ତି। ଘଟଣାରୁ ପ୍ରକାଶ ଯେ ସାବିତ୍ରୀ ବେହେରା ଜଣେ ସହକାରୀ ଶିକ୍ଷୟତ୍ରୀ ଭାବେ ସ୍ଥାନୀୟ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ଯାଳୟ ରେ କାମ କରୁଥିଲେ। ଗତ କାଲି ରବିବାର ଥିଲା ଶ୍ରୀରାମ ନଗରର ଏକ ଭଡା ଘରେ ସେ ରହୁଥିଲେ। ତାଙ୍କର ସାଥିରେ ତାଙ୍କର ଶାଶୁ ଉର୍ମିଳା ଡାକୁଆ, ସ୍ବାମୀ ପ୍ରଶାନ୍ତ ଡାକୁଆ ମଧ୍ଯ ରହୁଥିଲେ।ରବିବାର ରାତ୍ରିରେ ଏହି ଘଟଣା ଶେରଗଡ ଅଂଚଳରେ ଗଭୀର ଆଲୋଡନ ସ୍ରୁଷ୍ଟି କରିଛି। ଶବ ବ୍ଯବେଛେଦ ରିପୋର୍ଟ ଆସିଲା ପରେ ତିନିଜଣ ଙ୍କ କିଭଳି ମୃତ୍ୟୁ ହେଲା ତାହା ସ୍ବଷ୍ଟ ହେବ ବୋଲି ପୋଲିସ କହିଛି ।

nis-ad
Leave A Reply

Your email address will not be published.