ପ୍ରସ୍ତାବିତ ବହୁମୁଖି ସମାଜ ମଙ୍ଗଳ କେନ୍ଦ୍ରକୁ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ସ୍ଥାପନ ଦାବି


ପୋଲସରା ନାଗରିକ ମଞ୍ଚର ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନରଙ୍କୁ ଦାବିପତ୍ର ପ୍ରଦାନ
ବ୍ରହ୍ମପୁର : ପୋଲସରା ନାଗରିକ ମଞ୍ଚ ଦକ୍ଷିଣା ଅଂଚଳ ରାଜସ୍ଵ କମିଶନରଙ୍କୁ ଭେଟି ପୋଲସରା ତହସିଲ ଅନ୍ତର୍ଗତ ଏନ୍‌‍. ଗୋପୀନାଥପୁର ମୌଜାର ବାଘୁଆ କେନାଲ (ବାଘୁଆ ଜଳସେଚନ ବିଭାଗ) ଜମିରେ ଗ୍ରାମ୍ୟ ଉନ୍ନୟନ ଉପବିଭାଗ ପୋଲସରା ତରଫରୁ ବେଆଇନ୍‌‍ ଭାବେ ବହୁ ମୁଖି ସମାଜ ମଙ୍ଗଳ କେନ୍ଦ୍ର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଏବଂ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ-1 ଗଂଜାମ, ବ୍ରହ୍ମପୁର ଦେଇଥିବା ଚିଠି ନଂ. 1765 ତା.26.5.2023 ପ୍ରକାରେ ପୂର୍ବ ନିର୍ଦ୍ଧାରିତ କଳମ୍ୱ ସାହି ଶେଷ ଭାଗ (ଦେଉଳପେଡ଼ି ମୌଜା)ରେ ଥିବା ଅନାବାଦି ଜମି ସହରର ମଧ୍ୟସ୍ଥଳରେ ନିର୍ମାଣ ସଂପର୍କେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଦାବି ପତ୍ର ପ୍ରଦାନ ସମୟରେ ଓଡ଼ିଶାର ବରିଷ୍ଠ ସାମ୍ୱାଦିକ ତଥା ମଞ୍ଚର ମାର୍ଗଦର୍ଶକ ରବି ରଥ, ସମ୍ପାଦକ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଉପସ୍ଥିତ ଥିଲେ । ସୂଚନା ଥାଉକି ଗ୍ରାମ୍ୟ ଉନ୍ନୟନ ବବିଭାଗ ତରଫରୁ ପୋଲସରା ଏନ୍‌‍ଏସି, ୱାର୍ଡ ନଂ-19, ଏନ, ଗୋପୀନାଥପୁର ମୌଜା ବନ୍ଧ ଆଡ଼ି ଏବଂ ଜଳସେଚନ ବିଭାଗର କେନାଲ ଆଡ଼ିଜମି ରେ, ବେଆଇନ୍‌‍ ଭାବେ ବହୁ ମୁଖୀ ସମାଜ ମଙ୍ଗଳ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ମୃତ୍ତିକା ପରୀକ୍ଷା ନିମନ୍ତେ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଜାଗାକୁ ଲାଗି ଏକ ବୃହତ୍‌‍ ଶ୍ମଶାନ ରହିଅଛି । ଏଠାରେ ନିର୍ମାଣ କାର୍ଯ୍ୟ ହେବା ଦ୍ଵାରା ଭାରତ ସରକାରଙ୍କ ଜାତୀୟ ଗ୍ରୀନ୍‌‍ ଟ୍ରିବ୍ୟୁନାଲର ପରିବେଶ ଓ ଜଳବାୟୁ ସୁରକ୍ଷା ଆଇନର ଉଲ୍ଲଙ୍ଘନ ହେବ । ଏହା ଆଗରୁ ମାନ୍ୟବର ଜାତୀୟ ଗ୍ରୀନ୍‌‍ ଟ୍ରିବ୍ୟୁନାଲ ପୂର୍ବାଞ୍ଚଳ କଲିକତା ବେଞ୍ଚ ବନ୍ଧ ହୁଡ଼ା ବନ୍ଧର ଏକ ଅଂଶବିଶେଷ ତେଣୁ ଏଠାରେ ନିର୍ମାଣ କାର୍ଯ୍ୟ ବେଆଇନ୍‌‍? ବୋଲି ବିଭିନ୍ନ ମାମଲାରେ ରାୟ ଦେଇଛନ୍ତି । ଜଳସେଚନ ବିଭାଗର ଜମିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ କାର୍ଯ୍ୟ କରିବା ଏକ ଆଇନ ଉଲ୍ଲଙ୍ଘନ କାର୍ଯ୍ୟ ଅଟେ ।
ପୋଲସରା ତହସିଲଦାର ଗ୍ରାମ୍ୟ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ, ପୋଲସରା ଏନ.ଏ.ସି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ-1 ଗଂଜାମ ଚିଠି ବିଷୟରେ ଅବଗତ ଥିଲେ ମଧ୍ୟ ବେଆଇନ ଭାବେ ଉପରୋକ୍ତ ଜାଗାରେ ନିର୍ମାଣ କାର୍ଯ୍ୟ ତ୍ଵରାନ୍ୱିତ କରିବାକୁ ଯାଉଛନ୍ତି । ଉପରୋକ୍ତ ବିଷୟକୁ ସୁଦୃଷ୍ଟିକୁ ନେଇ ପରିବେଶ, ଜଳବାୟୁ ତଥା ଅଞ୍ଚଳବାସୀଙ୍କ ମଙ୍ଗଳ ସକାଶେ ଏବଂ ସହରବାସୀଙ୍କ ସୁବିଧା ନିମନ୍ତେ ସହରର ମଧ୍ୟସ୍ଥଳରେ ସରକାରୀ ନିର୍ଦ୍ଧାରିତ ଜମିରେ ନିର୍ମାଣ କାର୍ଯ୍ୟ କରିବା ଏବଂ ସହରର ଶେଷ ଭାଗରେ ୱାର୍ଡ଼ ନଂ 19 ଶ୍ମଶାନ ନିକଟ ଜମିରେ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ପୋଲସରା ନାଗରିକ ମଞ୍ଚର ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର, ସମ୍ପାଦକ ମାନସ ରଂଜନ ତ୍ରିପାଠୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି।

nis-ad
Leave A Reply

Your email address will not be published.