୪୭ଗ୍ରାମ ବ୍ରାଉନସୁଗର ଜବତ, ୨ ଗିରଫ

ଧଳା ଜହର ବଳୟ ରେ ବ୍ରହ୍ମପୁର ସହର.. ଆଗକୁ ଅଛି ପାର୍ବଣ ପୋଲିସ ବିଭାଗ ପାଉନି ଟେର…

ବ୍ରହ୍ମପୁର (୧୮/୯) : ସ୍ଥାନୀୟ ବିଜିପୁର ସନ୍ତୋଷୀ ମା ମନ୍ଦିର ବନ୍ଧ ନିକଟରୁ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଦୁଇ ଯୁବକଙ୍କ ନିକଟରୁ ୪୭ ଗ୍ରାମ ବ୍ରାଉନ ସୁଗର ଜବତ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଯୁବକମାନେ ହେଲେ କୈଳାସ ଚନ୍ଦ୍ର ବେହେରା ଓ ଜିତେନ୍ଦ୍ର କୁମାର ସାହୁ । ଏଥିସହ ସେ ବ୍ରାଉନ ସୁଗାର ବିକ୍ରି କରି ନିଜ ପାଖରେ ରଖିଥିବା ୨ହଜାର ୪ ଶହ ଟଙ୍କା ମଧ୍ୟ ଜବତ କରିଛି। ଖୋର୍ଦ୍ଧାରୁ ବ୍ରାଉନ ସୁଗାର ବେଆଇନ ଭାବେ ଆଣି ଏହି ନିଶା ବେପାର କରୁଥିବା ଅନୁମାନ କରାଯାଉଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୬ ଲକ୍ଷ ୪୪ ହଜାର ଟଙ୍କା ହେବ ବୋଲି ଅବକାରୀ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.