କୀଟନାଶକ ଔଷଧ ଖାଇ ନାବାଳିକାଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ (୧୮/୯): ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ବାଦିଆମ୍ବଗାଁର ଜୈନିକା ନାବାଳିକା କୀଟନାଶକ ଔଷଧ ସେବନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକା ଜଣଙ୍କ ସଂପୃକ୍ତ ଗ୍ରାମର ରିଷାରାଣୀ ନାୟକ (୧୫) । ପ୍ରକାଶ ଯେ, ସୋମବାର ଅପରାହ୍ନରେ ନାବାଳିକା ଜଣଙ୍କ କୌଣସି କାରଣରୁ ଫସଲ ସକାଶେ ଘରେ ମହଜୁଦ ଥିବା କୀଟନାଶକ ଔଷଧ ସେବନ କରି ଯନ୍ତ୍ରଣାରେ ଚିତ୍କାର କରିଥିଲେ । ଘଟଣା ଜାଣିପାରି ନାବାଳିକାଙ୍କ ମା’ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ନେଇ ନାବାଳିକାଙ୍କ ବାପା ଭୀମ ନାୟକ ହିଞ୍ଜିଳି ଥାନାରେ ଜଣାଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୨୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ ।

nis-ad
Leave A Reply

Your email address will not be published.