ରାଇକିଆ ବ୍ଳକରେ ସ୍ୱାତୀ ତରଫରୁ ଉନ୍ନତ କିସମର ମାଛ ଚାଷକୁ ପ୍ରୋତ୍ସାହନ

ଫୁଲବାଣୀ : ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଆନୁକୁଲ୍ୟରେ ରାଇକିଆ ଅନ୍ତର୍ଗତ ରଣବା ଗ୍ରାମ ପଞ୍ଚାୟତର ବଡଗ ଓ କୋନସୁର ଗ୍ରାମ ଠାରେ ଆଦିବାସୀ ମାନଙ୍କ ଜୀବନ ଜୀବିକାର ବିକାଶକୁ ଦୃଷ୍ଟି ରେ ରଖି ସ୍ୱାତୀ ଓ ଆତ୍ମା, କନ୍ଧମାଳ ଦ୍ବାରା ପରିଚାଳିତ ସମନ୍ବିତ କୃଷି ମାଧ୍ୟମରେ ଲଗାତର ଅଭିନବ ପ୍ରୟାସ ଜାରିରହିଥିବା ଦୃଷ୍ଟିଗୋଚର ହେଉଛି । ମୁଖ୍ୟତଃ ରାଇକିଆ ବ୍ଳକରେ ଚାଷିଙ୍କୁ ଟ୍ରେଲିସ ପଦ୍ଧତିରେ ପନି ପରିବା ଚାଷ, ଦେଶି କୁକୁଡା, ବତକ ଓ ଛେଳି ଚାଷ କରିବା ସହିତ ମାଛ ଚାଷ କୁ ପ୍ରସୋହାନ କରି ଚାଷି ମାନଙ୍କର ରୋଜଗାର କୁ ଦୁଗୁଣିତ କରିବା ଲକ୍ଷ ନେଇ କାର୍ଯ୍ୟକରାଯାଉଛି । ଏହି ଋତୁରେ ମାଛ ଗାଁଆଳ ୨୦ ଜଣ ଉଦ୍ୟଗି ଚାଷିଙ୍କୁ ପ୍ରଦାନ କରାଯାଇଛି । ମାଛ ଚାଷ କରି ଚାଷି ତାହର ସମନ୍ବିତ କୃଷିକୁ ଆଗେଇନବା ସହିତ, ନିଜର ଆର୍ଥିକ ସାବଲମ୍ବୀ ହେବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ମତ୍ସ୍ୟ ଅଧିକାରିଣୀ ରୋଜାଲିନୀ ଦାସ, ମତ୍ସ୍ୟ ଜାଆଁଳ କେନ୍ଦ୍ର ପରିଚାଳକ ଅଜିତ କୁମାର ବେହେରା, ସ୍ୱାତୀ ର ପ୍ରକଳ୍ପ ସଂଯୋଜକ ବିଶ୍ବଜିତ ବେହର ଉପସ୍ଥିତ ରହି ହିତାଧିକାରି ମାନଙ୍କୁ ମତ୍ସ୍ୟ ଚାଷ ଉପରେ ବିଭିନ୍ନ କୌଶଳ ପ୍ରଦାନ କରିଥିଲେ । ରାଇକିଆ ଅଂଚଳ ପନିପରିବା ଚାଷ ପାଇଁ ପ୍ରସିଦ୍ଧି ଥିବା ସ୍ଥଳେ, ନୂତନ ରୂପେ ମାଛ ଚାଷ କୁ ଆରମ୍ଭ କରି ଅଂଚଳରେ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ପ୍ରୟାସକୁ ଜାରି ରଖି ଆଗାମୀ ଦିନରେ ବହୁ ଯୁବ ଚାଷି ଙ୍କୁ ଆର୍ଥିକ ସାବଲମ୍ବୀ କରିବା ଉଦ୍ଦେଶ୍ୟ ରଖା ଯାଇଛି । କାର୍ଯ୍ୟକ୍ରମରେ ସାତୀ, ରାଇକିଆର କର୍ମକର୍ତ୍ତା ଦୃଷିକେଶ ଆମାୟତ, ମିନାଖି ଦାସ, ପୁଷ୍ପାଙ୍ଗଳି ମୁଣ୍ଡା, ଦିଲ୍ଲିପ ପ୍ରଧାନ, ସଙୟ କୁମାର ରଣା, ପ୍ରିତିଶ କୁମାର ସାହୁ,ଯୋଗ ଦେବା ସହିତ ରାଇକିଆ କୃଷକ ଉତ୍ପାଦକ ଗୋଷ୍ଠି ସମ୍ପୁର୍ଣ୍ଣ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.