ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମିଳିଲା ଅନ୍ତର୍ଜାତୀୟ ରବୀନ୍ଦ୍ରନାଥ ଠାକୁର ସମ୍ମାନ

ଫୁଲବାଣୀ : ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ତଥା କନ୍ଧମାଳର ଯଶ୍ୱସୀ କବି, କଥାକାର, ସଂଗଠକ ଓ ବୁଦ୍ଧିଜୀବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମହାରାଷ୍ଟ୍ରର ସମତା ସାହିତ୍ୟ ଏକାଡେମୀ ତରଫରୁ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ରବୀନ୍ଦ୍ରନାଥ ଠାକୁର ସମ୍ମାନ ପ୍ରଦାନ କରାଯାଇଛି l ମହାରାଷ୍ଟ୍ରର ନାଗପୁର ସହରରେ ଅବସ୍ଥିତ ସାଇନାଥ ଏନକ୍ଳେଭ ସ୍ଥିତ ହୋଟେଲ ଦ୍ଵାରକାର କନଫରେନ୍ସ ହଲରେ ଆୟୋଜିତ ଏକ ବର୍ଣ୍ଣଢ୍ୟ ସମାବେଶରେ ମୁଖ୍ୟ ଅତିଥି ମହାରାଷ୍ଟ୍ର ସରକାର ଙ୍କ ପ୍ରମୁଖ ସଚିବ ନନ୍ଦ କୁମାର ରାଉତ ଡ଼ଃ ମହାପାତ୍ରଙ୍କୁ ଫଳକ, ଉତ୍ତରୀୟ ଓ ସମ୍ମାନ ସନନ୍ଦ ଦେଇ ସମ୍ମାନିତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମତା ସାହିତ୍ୟ ଏକାଡେମୀର ସଭାପତି ଡି. ଏସ. ଟେଣ୍ଡେକର ସହିତ ଉଦଘାଟକ ରାମଦାସଜି ତଦାସ, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକା କବିତା କମ୍ବକେ, ଉତ୍ତର ପ୍ରଦେଶ ର ଆଦିବାସୀ ଓ ହରିଜନ ମନ୍ତ୍ରୀ ବିଜୟ ଶ୍ରୀବାସ୍ତବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଅରୁଣ ରାଉତ,ରୋହିତ ଟେଣ୍ଡେକର,ଜି ଆର. ବଞ୍ଜେରେ,ହେମଚନ୍ଦ୍ର ବର୍ମନ, ସୁଧୀର ଡିଓଗିରକାର, ସୁମେଧ କାମ୍ବିଆ ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
ଡ଼ଃ ମହାପାତ୍ର ଫୁଲବାଣୀର ଜଣେ ସଫଳ ସାହିତ୍ୟିକ ଓ ସଂଗଠକ l ତାଙ୍କର ବହୁ ଆଧ୍ୟାତ୍ମିକ ପୁସ୍ତକ ଲୋକାର୍ପିତ ହୋଇଛି l କନ୍ଧମାଳର ଏକମାତ୍ର ପ୍ରକାଶିନୀ କମଳା ପ୍ରକାଶିନୀର ପ୍ରତିଷ୍ଠାତା ଥିଲା ବେଳେ ସରକାରୀ ଆଇ. ଟି. ଆଇ. ର ସହ ଶିକ୍ଷା ତାଲିମ ଅଧିକାରୀ ଅଛନ୍ତି l ତାଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ପାଇଁ ବହୁ ଅନୁଷ୍ଠାନ ଦ୍ୱାରା ସମର୍ଦ୍ଧିତ ହୋଇଛନ୍ତି l

nis-ad
Leave A Reply

Your email address will not be published.