ହିଞ୍ଜିଳିକାଟୁରେ ବିଶ୍ଵକର୍ମା ପୂଜା ପାଳିତ…

ହିଞ୍ଜିଳିକାଟୁ (୧୭/୯) : ହିଞ୍ଜିଳିକାଟୁ ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦେବଶିଳ୍ପୀ ବିଶ୍ଵକର୍ମା ପୂଜାଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗଂଜାମ ଜିଲ୍ଲା ବିଶ୍ବକର୍ମା ସମାଜ ପୂର୍ବଖଣ୍ଡ ତାଲୁକା ସଭାପତି ଅଜୟ କୁମାର ମହାରଣା ଙ୍କ ଅଧ୍ୟକ୍ଷତାରେ ବିଶ୍ବକର୍ମା ସମାଜ ର ହିଂଜିଳି କାଟୁ କଲେଜ ରୋଡ ସ୍ଥିତ ଶ୍ରୀ ବିଶ୍ବକର୍ମା ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ଙ୍କ ଏହି ଉତ୍ସବଆଧ୍ୟାତ୍ମିକ ପରିବେଶରେ ରୀତିନୀତି ଅନୁସାରେ ମହାସମାରୋହରେ ପାଳନ କରାଯାଇଛି। ଏହି ଅବସରରେ ଜାତି ଭାଇ ମାନେ ଯଜ୍ଞପବିତ ଧାରଣ କରିଥିଲେ ଓ ଅନ୍ନ ଯଜ୍ଞ ଆୟୋଜିତ ହୋଇଥିଲା। ପୂର୍ବଖଣ୍ଡ ତାଲୁକା ବିଶ୍ବକର୍ମା ମନ୍ଦିର ନୁତନ ପୂଜା କମିଟି ହିଞ୍ଜିଳିକାଟୁ ଅନୁଷ୍ଠାନ ସମସ୍ତ ସଦସ୍ୟଙ୍କ ସହ ଜାତିଭାଇ ଉପସ୍ଥିତ ରହି ସହଯୋଗ କରିଥିଲେ ।‌ ସେହିପରି ହିଞ୍ଜିଳିକାଟୁ ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟରେ , ପୋଚିଲିମା ସ୍ଥିତ ସରକାରୀ ଆଇଟିଆଇ ହିଞ୍ଜିଳିକାଟୁ ‌ସମତେ ବିଦ୍ୟୁତ ‌ଗ୍ରୀଡ, ଭିଜନ ପଏଣ୍ଟ ହିଞ୍ଜିଳିକାଟୁ,ବିଭିନ୍ନ ଗ୍ୟାରେଜ ତଥା ଯାନବାହାନ ରଖିଥିବା ଲୋକେ ମଧ୍ୟ ବିଶ୍ଵକର୍ମା ପୂଜାର୍ଚ୍ଚନା କରିଥିଲେ।

nis-ad
Leave A Reply

Your email address will not be published.