ଜିଲ୍ଲା କୁମ୍ଭାର ସମାଜର ସାମ୍ବାଦିକ ସମ୍ମିଳନୀ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାମ୍ବାଦିକ ଭବନ ଫୁଲବାଣୀ ଠାରେ ଜିଲ୍ଲା କୁମ୍ଭକାର ସମାଜର ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଜିଲ୍ଲା କୁମ୍ଭକାର୍ ସମାଜ କନ୍ଧମାଳ ତା -୨୨.୦୫.୧୯୬୪ ମସିହା ଠାରୁ ଅଣ ଆନୁଷ୍ଠାନିକ ଭାବରେ କାର୍ଯ୍ୟ କରି ତା -୧୬.୦୪.୧୮୯୩ ମସିହା ରେ ସରକାରୀ ସ୍ଥର ରେ ପଞ୍ଜିକରଣ ହୋଇଅଛି। ଜିଲ୍ଲା ରେ ପ୍ରାୟ ୧୮୦୦ ପରିବାର ବସ ବାସ କରନ୍ତି। ଏହି ଜାତି ସବୁ ବର୍ଗ ର ବ୍ୟକ୍ତି ବିଶେଷଙ୍କ ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ରେ ମାଟି ଉପକରଣ ଯୋଗାଇ ତାଙ୍କର ପାରମ୍ପରିକ ପର୍ବ ପର୍ବାଣୀ ରେ ସାମିଲ ହୋଇ ଚଳି ଆସୁଛନ୍ତି।

ଏହି କୁମ୍ଭକାର ସମାଜ ପ୍ରତି ବର୍ଷ ବାର୍ଷିକ ସମ୍ଭିଳନୀ କରି ସାମାଜିକ ଗଠନ ମୂଳକ କାର୍ଯ୍ୟ କରିଥାନ୍ତି ଯଥା ବାଲ୍ୟ ବିବାହ ପ୍ରତିରୋଧ,ନାରୀ ଶିକ୍ଷା, ଟେରା କୋଟା ତାଲିମ ,କୌଳିକ ବୃତ୍ତି ର ପୂର୍ଣ୍ଣ ଉଦ୍ଧାର, କୁସଂସ୍କାର ଅନ୍ଧ ବିଶ୍ବାସ ,ଯୌତୁକ ପ୍ରଥା ବିଲୋପ ତଥା ଜାତି ଭାଇ ଭଉଣୀ ଙ୍କ ମଧ୍ୟରେ ଥିବା ସମସ୍ୟା ର ସୁସମାଧାନ କରିଥାନ୍ତି । ଆଜି କାଲି ମାଟି ପାତ୍ର ର ଚାହିଦା କମି ଯାଇଥିବା ହେତୁ କୁଶଳୀ କାରିଗର ମାନଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ସୌଚନ୍ୟ ହୋଇ ପଡ଼ିଛି । ତେଣୁ ସରକାର ଙ୍କ ପାଖରେ ଦାବି ରଖିଛନ୍ତି ରେ କୁଶଳୀ କାରିଗର ମାନଙ୍କୁ ମାସିକ ୨୦୦୦ ଟଙ୍କା ଭତା ସୂତ୍ରରେ ଦିଆ ଯିବା ସହ ଆଉ ୬ ଗୋଟି ଦାବି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥାପନ କରିଛନ୍ତି।
ଯଥା କୁମ୍ଭାର ଜାତିକୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ କରାଯାଉ,କୁମ୍ଭାର କାରିଗର ମାନଙ୍କୁ କାରିଗର ଭତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶାଳ ଗୃହ ଯୋଗାଇ ଦିଆଯାଉ, କୌଳିକ ବୃତ୍ତିର ପୁନରୁଦ୍ଧାର ପାଇଁ ଉନ୍ନତମାନର ଟେରାକୋଟା ତାଲିମ ପ୍ରଦାନ କରାଯାଇ ଯନ୍ତ୍ରଚାଳିତ ଚକ ଓ ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଉ, ଶିକ୍ଷ୍ୟା କ୍ଷେତ୍ରରେ ଆବଶ୍ୟକ ବିଦ୍ୟାଳୟ ମାନଙ୍କରେ ଶିକ୍ଷାଲାଭ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସୁଯୋଗ ଦିଆ ଯାଉ, ଜିଲ୍ଲା ସମାଜ ଭବନ ଆମ୍ବ ପଡ଼ା ଛକ, ଗଞ୍ଜୁଗୁଡ଼ା ଠାରେ ଏକ ଗୋଷ୍ଟି ଗୃହ ନିର୍ମାଣ କରାଯାଉ, କୁମ୍ଭକାର ମାନଙ୍କ ସ୍ଥାୟୀ ଉନ୍ନତି ପାଇଁ ରାଜ୍ୟ ସ୍ଥରରେ ମାଟି କଳା ବୋର୍ଡ ଗଠନ କରାଯାଉ।
ସରକାର ଏହି ଦାବି ଗୁଡ଼ିକ ପୂରଣ ନକଲେ ଆଗାମୀ ଦିନରେ ଜିଲ୍ଲା ସାରା ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କୁମ୍ଭାକାର ସମାଜର ସଭାପତି ଲଳିତ ମୋହନ ରଣା ଚେତାବନୀ ଦେଇଛନ୍ତି । ଏଥିରେ ସମ୍ପାଦକ ସୁବଳ ରଣା, କୋଷାଧ୍ଯକ୍ଷ ସନ୍ତୋଷ କୁମାର ବେହେରା ,ଶଶି ରଣା,ଅରକ୍ଷିତ ବେହେରା , ତ୍ରିପତି ବେହେରା, ଦାମୋଦର ରଣା, ବିକ୍ରମ ରଣା,ସୁଶାନ୍ତ କୁମାର ବେହେରା,ହରିଶଙ୍କର ରଣା ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.