ଦାରିଙ୍ଗବାଡି ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ…

ଦାରିଙ୍ଗବାଡି(୧୬/୯) : କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ଶୁକ୍ରବାର ଦିନ ନୂତନ ଥାନା ଅଧିକାରୀ ଭାବେ ଆନନ୍ଦ ଚନ୍ଦ୍ର ପାତ୍ର ଯୋଗ ଦେଇଛନ୍ତି। ଭାରପ୍ରାପ୍ତ ଥାନା ଅଧିକାରୀ ଜୀତେନ୍ଦ୍ର ବେହେରା ଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ପାତ୍ର । ଏହା ପୂର୍ବରୁ ଶ୍ରୀ ପାତ୍ର ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଦାରିଙ୍ଗବାଡିରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତ୍ତ୍ଵ ଦେବା ସହ ଲୋକଙ୍କ ନିକଟତର ହୋଇ କାମ କରିବେ ବୋଲି କହିବା ସହ ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।

nis-ad
Leave A Reply

Your email address will not be published.