‘ମୁଁ ମନୁଷ୍ୟ, ବଞ୍ଚିବି କିପରି’ ସଚେତନତା କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୧୬/୯ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ନାଇସ୍ କମ୍ପୁଟର ଶିକ୍ଷା କେନ୍ଦ୍ର ପକ୍ଷରୁ ଯୁବ ପିଢ଼ିଙ୍କୁ ସଚେତନ କରିବା ପାଇଁ ସଚେତନ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ଆଲୋଚନାର ବିଷୟ “ମୁଁ ମନୁଷ୍ୟ, ବଞ୍ଚିବି କିପରି” ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକର ଯୁବକ ଯୁବତୀ ଅଂଶ ଗ୍ରହଣ କରି ଯୁବ ପିଢ଼ି କିପରି ପଥ ଭ୍ରଷ୍ଟ ହେଉଛି , ଏଥିପାଇଁ କେଉଁ ମାନେ ଦାୟୀ , କିପରି ଭାବେ ପଥ ଭ୍ରଷ୍ଟ ହେଉଥିବା ଯୁବ ପିଢ଼ିକୁ ରୋକା ଯାଇପାରିବ , ଯୁବ ପିଢ଼ିର ଭୂମିକା ଓ ସମାଜ ପ୍ରତି ପ୍ରତିବଦ୍ଧତା ନେଇ ଆଲୋଚନା କରିବା ସହିତ ବକ୍ତା ମାନେ ସଚେତନତା କରିଥିଲେ । ବକ୍ତା ଭାବେ ବରିଷ୍ଠ ସାମାଜିକ କର୍ମୀ ଶାରଦା ଚରଣ ବଳିଆରସିଂ, ସ୍ବେଚ୍ଛାସେବୀ ଅକ୍ଷୟ କୁମାର ପରିଛା ,ନାଇସ୍ କମ୍ପୁଟର ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ ସଂଜୀବ ପ୍ରଧାନ ଓ ଗଣମାଧ୍ୟମ ପ୍ରତିନିଧି ପ୍ରେମଚାନ୍ଦ ସିଂ ଯୋଗଦେଇ ସଚେତନର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଟୁଲୁ ପଡ୍ରା,ମୋଜେଶ ପ୍ରଧାନ ସଂଯୋଜନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.