ସମୟ ନିର୍ଘଣ୍ଟ ପୂର୍ବରୁ ବିଦ୍ୟାଳୟ ଫାଟକ ଭିତରପଟୁ ତାଲା, ବାହାରେ ରହିଲେ ଶିକ୍ଷାର୍ଥୀ


ହିଞ୍ଜିଳିକାଟୁ, (୧୬/୯): ଶନିବାର ହିଞ୍ଜିଳିକାଟୁ ବ୍ଳକ ପୋଡିଙ୍ଗି ଶ୍ୟାମଳାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଶନିବାର ସକାଳୁଆ ସ୍କୁଲ ହୋଇଥିବା ବେଳେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟକୁ ଆସି ବିଦ୍ୟାଳୟ ଫାଟକ ଭିତରପଟୁ ତାଲା ବନ୍ଦ କରି ଦେଇଥିଲେ । କିଛି ସମୟ ପରେ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟକୁ ଆସି ଫାଟକ ଭିତରପଟୁ ତାଲା ପଡିଥିବା ଦେଖିବାକୁ ପାଇଥିଲେ । ବାରମ୍ବାର ଡାକ ପକାଇବା ପରେ ମଧ୍ୟ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଫାଟକ ତାଲା ଖୋଲିନଥିଲ । ଫଳରେ ଦୀର୍ଘ ସମୟ ଧରି ଶିକ୍ଷାର୍ଥୀ ମାନେ ବିଦ୍ୟାଳୟକୁ ସମ୍ମୁଖରେ ଛିଡା ହୋଇ ରହିଥିଲେ । ଘଟଣା ଗ୍ରାମରେ ପ୍ରଚାରିତ ହେବା ପରେ ଅଭିଭାବକ ମାନେ ବିଦ୍ୟାଳୟକୁ ଆସି ଅସନ୍ତୋଷ ପ୍ରକାଶ କରିଥିଲେ । ଫଳରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ଉତକ୍ଷିପ୍ତ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ। ବିଡିଓଙ୍କ ହସ୍ତକ୍ଷେପ ପରେ ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟ ଫାଟକ ତାଲା ଖୋଲିବା ପରେ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟକୁ ପ୍ରବେଶ କରିଥିଲେ । ସମୟ ନିର୍ଘଣ୍ଟ ପୂର୍ବରୁ ପ୍ରଧାନ ଶିକ୍ଷୟତ୍ରୀ କାହିଁକି ବିଦ୍ୟାଳୟ ଫାଟକ ଭିତରପଟୁ ତାଲା ପକାଇଥିଲେ, ଏ ନେଇ ସଠିକ୍ ତଥ୍ୟ ମିଳିପାରିନାହିଁ । ଘଟଣା ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧରଙ୍କ ପଚାରିବାରୁ ସେ କୁହନ୍ତି କିଛି ଦିନ ପୂର୍ବେ କିଛି ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ପହଞ୍ଚିବାରୁ ଗ୍ରାମବାସୀ ଏହାର ବିରୋଧ କରିଥିଲେ । ଏହାକୁ କେନ୍ଦ୍ର କରି ପ୍ରଧାନ ଶିକ୍ଷୟତ୍ରୀ ଜଣଙ୍କ ଶନିବାର ସକାଳୁଆ ସ୍କୁଲ ହୋଇଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ଏବଂ ଶିକ୍ଷାର୍ଥୀ ମାନେ ସାଢେ ୬ଘଣ୍ଟା ପୂର୍ବରୁ ଉପସ୍ଥିତ ରହିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ରହିଛି । ସମୟ ନିର୍ଘଣ୍ଟ ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀ ମାନଙ୍କ ପାଇଁ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନ ଶିକ୍ଷୟତ୍ରୀ ଜଣଙ୍କ ଶନିବାର ସକାଳ ସାଢେ ୬ଟାରେ ବିଦ୍ୟାଳୟ ଫାଟକ ଭିତରପଟୁ ତାଲା ପକାଇ ଦେଇଥିଲେ। ଯାହା ଫଳରେ ବହୁ ଶିକ୍ଷାର୍ଥୀ ସଠିକ ସମୟରେ ବିଦ୍ୟାଳୟରେ ପହଞ୍ଚିନପାରି ବାହାରେ ଠିଆ ହୋଇଥିଲେ । ଅନ୍ୟପକ୍ଷରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିବାରୁ ଚିକିତ୍ସିତ ହେଉଥିଲେ । ମାତ୍ର ୨/୩ ଦିନ ପୂର୍ବରୁ କାର୍ଯ୍ୟରେ ଯୋଗଦାନ କରିଥିଲେ ମଧ୍ୟ ମାନସିକ ସ୍ଥିତି ଠିକ୍ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ।(

nis-ad
Leave A Reply

Your email address will not be published.