ଚିକିଟୀ ମହାବିଦ୍ୟାଳୟ ଏସ୍.ଏସ୍.ବି ଅଧ୍ୟାପକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ଚିକିଟୀ : ୫୪୦୦ ଗ୍ରେଡ୍ ପେ ଦାବି ନେଇ ଗଞ୍ଜାମ ଜିଲ୍ଲାର ଚିକିଟୀ ମହାବିଦ୍ୟାଳୟରେ କାର୍ଯ୍ୟରତ ନଅ ଜଣ ଅଧ୍ୟାପକ ଦୀର୍ଘ ୧୦ ଦିନ ଧରି ଗାନ୍ଧୀ ମୂର୍ତ୍ତି ଆଗରେ ଠିଆ ହୋଇ କଳାବ୍ଯାଚ୍ ପିନ୍ଧିବା ପୂର୍ବକ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରି ଆସୁଛନ୍ତି। ଏପରିକି କଳାବ୍ୟାଜ ପିନ୍ଧି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ କକ୍ଷରେ ଶିକ୍ଷାଦାନ କରିଆସୁଛନ୍ତି। ଅଧ୍ଯାପନାରେ ବ୍ରତୀ ହୋଇଥିବା ଅଧ୍ଯାପକଙ୍କ ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ହେଉଛି,୪୬୦୦ ଗ୍ରେଡ ପେ ପରିବର୍ତ୍ତେ ୫୪୦୦ ଗ୍ରେଡ ପେ ପ୍ରଦାନ କରି ଗୋଟିଏ ଡିଗ୍ରୀ ଶିକ୍ଷାଦାନ କରୁଥିବା ଅଧ୍ଯାପକଙ୍କୁ ତା’ର ଉପଯୁକ୍ତ ପଦମର୍ଯ୍ୟାଦା ପ୍ରଦାନ କରନ୍ତୁ। ସରକାର ଏଥିପ୍ରତି ଅଣଦେଖା ନକରି ଯଥାଶିଘ୍ର ଅଧ୍ଯାପକଙ୍କ ଦାବିକୁ ପୂରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ। ଏହି ଆନ୍ଦୋଳନ ସମଗ୍ର ଓଡିଶାରେ ଚାଲିଥିବାବେଳେ ଚିକିଟୀ ମହାବିଦ୍ୟାଳୟ ର ବିଭିନ୍ନ ବିଭାଗର ଅଧ୍ଯାପକ ମାନେ ମିଳିତ ଭାବରେ ଏହି ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିବା ଅଧ୍ଯାପକ ମାନଙ୍କ ମଧ୍ଯରେ ଶ୍ରୀ ପ୍ରକାଶ ବେହେରା, ଡ. ସୁଜାତା ସାମନ୍ତ ରାୟ, ଶ୍ରୀ ଲକ୍ଷ୍ମଣ ବେହେରା, ଡ. ମୌସୁମୀ ପାଢୀ, ଶ୍ରୀ ଦିବ୍ୟ ରଂଜନ ଜାଲି, ଶ୍ରୀ ସନାତନ ରାଓ,ମିସ୍ ରଶ୍ମିତା ଶବର, ଡ.ବୀରକିଶୋର ଭୂୟାଁ, ଶ୍ରୀ ଜଗଦୀପ ନାୟକ ପ୍ରମୁଖ ଅଧ୍ଯାପକ ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.