ଯୁବ ରେଡକ୍ରସର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ଫୁଲବାଣୀ :କନ୍ଧମାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଜିଲ୍ଲା ସ୍ତରୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l କଲେଜର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଜିଲ୍ଲା ଯୁବ ରେଡକ୍ରସର ସେକ୍ରେଟାରୀ ଶ୍ରୀ ସୁକାନ୍ତ କୁମାର ବେହେରା ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥି ପରିଚୟ କରିଥିଲେ l ଏହି ବୈଠକରେ ରେଡକ୍ରସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି l କଲେଜର ଅଧ୍ୟକ୍ଷ ବିଭିନ୍ନ କଲେଜର ରେଡକ୍ରସର କାର୍ଯ୍ୟକ୍ରମ ବିଷୟରେ ଗୁରୁତ୍ୱାରୋପ କରିବା ସହିତ ଏହାର ଉନ୍ନତି ଦିଗରେ ମନ୍ତବ୍ଯ ଦେଇ ଥିଲେ l ଡଃ ପ୍ରସନ୍ନ କୁମାର ପଟନାୟକଙ୍କ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ରେଡକ୍ରସ ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ସଂଯୋଜକ ଡଃ ବିଭୂତି ଭୂଷଣ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏଥି ସହିତ ଚଳିତ ବର୍ଷର ପ୍ରସ୍ତାବିତ କାଯ୍ଯକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ l ଚଳିତ ଶିକ୍ଷା ବର୍ଷର ସମସ୍ତ ରେଡକ୍ରସ ୟୁନିଟ୍ ରକ୍ତ ଦାନ ଶିବିର ଜିଲ୍ଲା ସ୍ତରୀୟ ଆୟୋଜନ କରିବା, ଗାଁ ଗାଁରେ ଡେଙ୍ଗୁ ଓ ଏଡସ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା, ବୃକ୍ଷରୋପଣ କରିବା ପାଇଁ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟ ଏଚ ଏସ ସେକେଣ୍ଡାରି ସ୍କୁଲର ଅଧିକାରୀ ମାନେ ଯୋଗ ଦେଇଥିଲେ l ଅଧ୍ୟାପିକା ଲିପିକା ମହାନ୍ତି, ସ୍ମୃତି ଯୋଗୀ, ବର୍ଷା ରାଣୀ ପୃଷ୍ଟି ଙ୍କ ସମେତ ଯୁବ ରେଡକ୍ରସ ର ସ୍ଵେଚ୍ଛାସେବୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ଯ ଶାଖା ଆର୍ଥିକ ସହାୟତା କରିଥିଲେ l ଶେଷରେ ଯୁବ ରେଡକ୍ରସ ର ସ୍ଵେଚ୍ଛାସେବୀ ବିଦୁସ୍ମିତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.