ବିଏସଏଫ ଓ ମାଲକାନଗିରି ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ


ମାଲକାନଗିରି,:୩।୯ ମାଲକାନଗିରି ବିଏସଏଫ କ୍ୟାମ୍ପ ରେ ଆଜି ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଜିଲ୍ଲା ପୋଲିସ ଓ ବିଏସଏଫ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ମାଓ ଦମନ, ସୁରକ୍ଷା ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା କୁ ନେଇ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ଏମଭି ୩ ସ୍ଥିତ ବିଏସଏଫ କ୍ୟାମ୍ପ ରେ ଆଜି ବିଏସଏଫ ର ବହୁ ବରିଷ୍ଠ ଅଧିକାରୀ ଙ୍କ ସହ ମାଲକାନଗିରି ଏସପି ନିତୀଶ ୱାଧୱାନି ଙ୍କ ଉପସ୍ଥିତ ରେ ଏହି ବୈଠକ ଆୟୋଜିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳ ତଥା ମାଓ ଉପଦ୍ରବ ଅଂଚଳରେ ମାଓ ଦମନ ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବା ସହ ଆଇନ ଶୃଙ୍ଖଳା କୁ ସୁଚାରୁ ରୁପେ ତୁଲାଇବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ଏହି ଅବସର ରେ ବିଏସଏଫ କ୍ୟାମ୍ପ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯାଇଥିବା ବେଳେ ସମସ୍ତ ଅଧିକାରୀ ମାନେ ବୃକ୍ଷ ରୋପଣ କରିଥିଲେ । ସୂଚନା ଥାଉକି ପୂର୍ବରୁ ଜିଲ୍ଲାର ଅନେକ ମାଓ ଉପଦ୍ରବ ଅଞ୍ଚଳରେ ବିଏସଏଫ ଓ ଓଡିଶା ପୋଲିସ ର ଉଦ୍ୟମ ରେ ସେଗୁଡିକ ମାଓ ମୁକ୍ତ ହୋଇଥିବା ବେଳେ ଜିଲ୍ଲାର ଅନେକ ସ୍ଥାନ ମାଓ ମୁକ୍ତ ହୋଇଛି ।

nis-ad
Leave A Reply

Your email address will not be published.