ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ପୁରାତନ ପ୍ରାଥମିକ ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ…

ମ୍ୟୁନିସିପାଲିଟିର ର୪ଟି ସ୍କୁଲ ରେ ୫ଟି‌ ଶ୍ରେଣୀ ରେ ୨ଜଣ ଲେଖାଏଁ ଶିକ୍ଷକ1

ହିଞ୍ଜିଳିକାଟୁ, (୨୧-୮) : ସରକାରଙ୍କ ଵଡ ନାରା ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ । ବାସ୍ତବତା କାଗଜ କଲମରେ ସିମୀତ। ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନରେ ଶିକ୍ଷକ ଅଭାବ ଯୋଗୁଁ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଉଛି। ୧୨୪ ଛାତ୍ର ଛାତ୍ରୀଙ୍କୁ ୨ ଜଣ ଶିକ୍ଷକ। ଅନ୍ଧାରରେ ଶିକ୍ଷା ବ୍ୟବସ୍ଥା।ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀନୃସିଂହ ପ୍ରାଥମିକ ବିଦ୍ୟାଳୟ ରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଏ ଅଞ୍ଚଳ ର ଶିକ୍ଷାବିତ୍ ଓ ଶିକ୍ଷାପ୍ରେମୀଙ୍କ ପ୍ରଚେଷ୍ଟାରେ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ଓଡିଶା ସରକାର ଶିକ୍ଷାକୁ ଗୁରୁତ୍ବ ଦେଉଥିବା ବେଳେ ଏହି ବିଦ୍ୟାଳୟରେ ଏବେ ଶିକ୍ଷକ ଅଭାବ ଦେଖାଦେଇଅଛି। ଶିକ୍ଷାର ବିକାଶ ନାମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଭାବକ ମାନଙ୍କ ମଧ୍ୟରେ ଭାଲେଣି ବଢିଗଲାଣି।

ଜିଲ୍ଲା ଶିକ୍ଷା ପ୍ରସାଶନ ନିକଟରେ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ।ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ରେ ଅନେକ ସଂସ୍କାର ଆଣିଥିବା ଡିଣ୍ଡିମ ପିଟୁଥିବା ବେଳେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଲକ୍ଷ୍ମୀନୃସିଂହ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷା ବ୍ୟବସ୍ଥା ର ବିକଳ ଚିତ୍ର ପଦାକୁ ଆସିଛି।ଶିକ୍ଷକ ଅଭାବରୁ ସ୍କୁଲରେ ପାଠ ପଢା ଏବେ ଚୁଲିକି ଗଲାଣି। ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ୧୨୪ ଛାତ୍ର ଛାତ୍ରୀଙ୍କୁ ମାତ୍ର ଦୁଇ ଜଣ ଶିକ୍ଷକ ରେ ଚାଲିଛି ପାଠପଢ଼ା! ସେହିପରି ମୁନିସୀପାଲଟି ଅନ୍ତର୍ଗତ ହିଞ୍ଜିଳି ଚନ୍ଦ୍ରଶେଖର ମାର୍ଗ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ୮୮ ପିଲାଙ୍କୁ ଦୁଈଜଣ ଶିକ୍ଷକ। ସେହିପରି ମୁନିସୀପାଲଟି ଅନ୍ତର୍ଗତ ବଈଚବଣିଆ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ୮୯ପିଲାଙ୍କୁ ଦୁଇଜଣ ଶିକ୍ଷକ। ହିଞ୍ଜିଳିକାଟୁ ମୁନିସୀପାଲଟି ଅନ୍ତର୍ଗତ ରେଗିଡିସାହି ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ୧୦୩ଛାତ୍ର ଛାତ୍ରୀଙ୍କୁ ୩ଶିକ୍ଷକ ମଧ୍ୟରୁ ଜଣେ କ୍ୟାନସର ପୀଡ଼ିତ ଓ ଅନ୍ୟ ଜଣେ କିଡନୀ ରୋଗୀ।ଏହି ବିଦ୍ୟାଳୟ ଗୁଡିକରେ ପଢାଇବା ତ ଦୁରର କଥା ସେମାନଙ୍କୁ ଜଗିବା ସମ୍ଭବପର ହେଉନଥିବା ଅଭିଯୋଗ ହେଉଛି।ଶିକ୍ଷକ ନଥିବାରୁ ପିଲାଙ୍କ ପାଠ ପଢାରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି। ଏମିତି ପରିସ୍ଥିତିରେ ଅନେକ ଅଭିଭାବକ ଘରୋଇ ବିଦ୍ୟାଳୟରୁ ନିଜ ପିଲାମାନଙ୍କୁ ଆଣି ସରକାରୀ ବିଦ୍ୟାଳୟ ରେ ପଢାଇବାକୁ ଅନିଛା ପ୍ରକାଶ କରୁଛନ୍ତି।ଫଳରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନରେ ମୋଟ ମୁନିସୀପାଲଟି ଓ ବ୍ଳକ ଅନ୍ତର୍ଗତ ୯୮ ଗୋଟି ସ୍କୁଲ ରହିଛି। ସେଥିରେ ୭୪ଗୋଟି ପ୍ରାଥମିକ ବିଦ୍ୟାଳୟ ଓ ୨୪ ଗୋଟି ଉଚ୍ଚ ବିଦ୍ୟାଳୟ ରହିଛି। ମୁନିସୀପାଲଟି ଅନ୍ତର୍ଗତ ୯ ଗୋଟି ସ୍କୁଲ ମଧ୍ୟରୁ ୪ଗୋଟି ସ୍କୁଲରେ ଦୁଇ ଜଣ ଶିକ୍ଷକ ରେ ଚାଲିଛି। ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନରେ ୬୦ ଜଣ ଶିକ୍ଷକ ଅଭାବ ରହିଥିବା ଜଣାପଡିଛି। ହିଞ୍ଜିଳିକାଟୁ ମୁନିସୀପାଲଟି ରେ ଶିକ୍ଷକ ଅଭାବ ରହିଥିବା ବେଳେ ବ୍ଳକ ଅନ୍ତର୍ଗତ ବିଦ୍ୟାଳୟ ରେ ଅବସ୍ଥା ଗୁରୁତର ରହିଛି। ପରିସ୍ଥିତିରେ ପଡି ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଥିବା ଶିକ୍ଷକ ମାନେ କହିଛନ୍ତି।ଏଥି ପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି।

nis-ad
Leave A Reply

Your email address will not be published.