ଓଡିଶା ଇତିହାସ କଂଗ୍ରେସର ଆଞ୍ଚଳିକ ଅଧିବେଶନ ଓ ରାଜ୍ୟସ୍ତରୀୟ ପାଠଚକ୍ର ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା, ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଆଞ୍ଚଳିକ ଅଧିବେଶନ ଓଡିଶା କଂଗ୍ରେସ ଓ ରାଜ୍ୟ ସ୍ତରୀୟ ପାଠଚକ୍ର ଐତିହାସିକ ପ୍ରଫେସର ହରିହର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସାଧାରଣ ସମ୍ପାଦକ ଡ଼.ସୁବାଷ ଚନ୍ଦ୍ର ବାରିକ ବିବରଣୀ ପାଠ କରିଥିଲେ, ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ମୁଖ୍ୟ ବକ୍ତା ଭାବରେ ଡ଼. ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ନିର୍ଦ୍ଦେଶକ ଉଚ୍ଚଶିକ୍ଷା ବିଭାଗ ପ୍ରଫେସର ଲକ୍ଷ୍ମୀକାନ୍ତ ତ୍ରିପାଠୀ,ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ପ୍ରଫେସର ସଦାନନ୍ଦ ନାୟକ,ଆଞ୍ଚଳିକ ନିର୍ଦ୍ଦେଶକ ଉଚ୍ଚମାଧ୍ୟମିକ ଶିକ୍ଷାର ଡ଼. ସୁଶାନ୍ତ ଦାସ ଯୋଗଦେଇ, ଖିଂଜିଲ ମଣ୍ଡଳ ର ରାଜନୀତିକ ପୃଷ୍ଠଭୂମି ଓ ଭୌଗୋଳିକ ସ୍ଥିତି କଣ ଥିଲା ଆଲୋଚନା କରିଥିଲେ l ଅଧ୍ୟାପକ ବିଷ୍ଣୁପ୍ରସାଦ ରଥ ତଥା ସ୍ଥାନୀୟ ସମ୍ପାଦକ ଅତିଥି ପରିଚୟ ଦେଇଥିଲେ, ଅଧ୍ୟାପକ ନରେନ୍ଦ୍ର ଦିଗାଲ ଓ ବନମାଳି ବେହେରା ସ୍ୱାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ l

ଇତିହାସକୁ ନେଇ ଯେଉଁ ମାନେ ଗବେଷଣା କରିଛନ୍ତି ଓ ଜୀବନ ବ୍ୟାପୀ ସାଧନା ପାଇଁ ପ୍ରାକ୍ତନ ଅଧକ୍ଷ ଡ଼. ଶ୍ୟାମା ପ୍ରସାଦ ମିଶ୍ର, ପ୍ରାଧ୍ୟାପକ ତୀର୍ଥ ଯାନୀ, ପ୍ରାଧ୍ୟାପକ ପ୍ରଦ୍ୟୁମ୍ନ ମହାପାତ୍ର,ପ୍ରତ୍ନ ତତ୍ଵବିତ ଶ୍ରୀରଙ୍ଗ ନାୟକ ଓ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା, ଦ୍ୱିତୀୟ ଅଧିବେଶନରେ ଛାତ୍ରୀ ପ୍ରିୟଦର୍ଶିନୀ ଦିଗାଲ, ଦିଲୀପ ମଲ୍ଲିକ ସନ୍ଦର୍ଭ ପାଠ କରିଥିଲେ l ଅଧ୍ୟାପକ ଡ଼. ଅମରେଶ ସାହୁ, ଅଧ୍ୟାପକ ରୂପବନ୍ତ ଭୋଇ, ଡ଼. ତ୍ରୈଲୋକ୍ୟ ନାଥ ସେନାପତି, ଡ଼. ସୁଜିତ କୁମାର ପଣ୍ଡା,ଆଂଚଳିକ ମହାବିଦ୍ୟାଳୟ ଫିରିଙ୍ଗିଆ ଅଧ୍ୟକ୍ଷ ଡଃ. ଚିତ୍ତ ରଞ୍ଜନ ମିଶ୍ର, ଶିବପ୍ରସାଦ ଦାଶ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ପରିଚାଳନା ରେ ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ, ଅମୂଲ୍ୟ ସାବତ, ଅଭୟ ପ୍ରଧାନ, ରତନ ଦିଗାଲ, ରବିନାରାୟଣ ପାଣିଗ୍ରାହୀ, ଅଧ୍ୟାପିକା ପ୍ରିୟଦର୍ଶିନୀ ପ୍ରଧାନ, ଚମ୍ପା ସୋରେନ, ନିବେଦିତା ଭୋଇ, ସଂଘମିତ୍ରା ଦାଶ,j ମୀରାମ୍ବିକା ସହଯୋଗ କରିବା ସଙ୍ଗେ ସଙ୍ଗେ ସମସ୍ତ କର୍ମଚାରୀ ଯୋଗ ଦେଇ ଥିଲେ l

nis-ad
Leave A Reply

Your email address will not be published.