ବ୍ରହ୍ମପୁରରେ ପ୍ରଥମ ଥର ଜବତ ହେଲା ହେରୋଇନ : ଜଣେ ଗିରଫ…

ଜବତ ହେରୋଇନ ମୂଲ୍ୟ ହେବ ୩ ଲକ୍ଷ ୨୦ହଜାର

ବ୍ରହ୍ମପୁର (୨୦/୦୮) – ଦୀର୍ଘ ଦିନ ଧରି ବ୍ରହ୍ମପୁର ସହରରେ ହେରୋଇନ ବେଆଇନ କାରବାର ଚାଲିଥିବା ସୁରାକ ପାଇଥିଲା ଅବକାରୀ ବିଭାଗ। ଏହାର ତଦନ୍ତ କରି ବେଆଇନ କାରବାରର ଅଭିଯୁକ୍ତ ଉପରେ ନଜର ରଖାଯାଇଥିଲା । ପନ୍ଦର ଦିନ ରୁ ଅଧିକା ସମୟ ଧରି ଅଭିଯୁକ୍ତର ସମସ୍ତ ଗତିବିଧି ଉପରେ କଡା ନଜର ରଖି ଥିବା ବେଳେ ,ଆଜି ସକାଳେ ଅଭିଯୁକ୍ତ ଜଣକ ଶ୍ରୀରାମନଗର ଛକଠାରେ ହେରୋଇନ ବିକ୍ରି କରିବା ପାଇଁ ଧରିଥିବା ବେଳେ ଅବକାରୀ ପୋଲିସ ତାକୁ କାବୁ କରିନେଇଥିଲା । ଗିରଫ ଅଭିଯୁକ୍ତ ଜଣକ ହେଲେ ଶ୍ରୀରାମ ନଗରର ମହେଶ୍ୱର ମହାରଣା।

ତାଠାରୁ ୩୨ ଗ୍ରାମ ହେରାଇନ ଜବତ ହୋଇଛି। ଏହି ଧଳା ଜହର ର ଆନୁମାନିକ ମୂଲ୍ୟ ୩ଲକ୍ଷ ୨୦ ହଜାର ଟଙ୍କାହେବ ବୋଲି ଅବକାରୀ ଏସପି ରମେନ୍ଦ୍ର ନାରାୟଣ ନାୟକ କହିଛନ୍ତି। ଏହି ଧଳା ଜହର କାରବାର ରେ ବହୁ ଲୋକ ସାମିଲ ରହିଥିବା ଅବକାରୀ ଏସପି ଶ୍ରୀ ନାୟକ କହିଛନ୍ତି।ତଦନ୍ତ ଚାଲିଛି ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି। ଅବକାରୀ ଥାନା ଅଧିକାରୀ ମନୀଷା ଭୋଳ ଙ୍କ ନେତୃତ୍ୱରେ ଏଏସ ସାଇ ଶେଖ. ଇଦିରିଷ ହୁସେନ, ରଞ୍ଜିତ ଶବର, ସୁଧାକର ଶବର, ଶିଶିର ନାୟକ, ଗୋପଲ ରେଡି , ଜି. କ୍ରୀଷ୍ଣ ରାଓ,, ଅନୀଲ ବେହେରା ପ୍ରମୁଖ ଚଢଉ ସମୟରେ ସାମିଲ ଥିଲେ।

nis-ad
Leave A Reply

Your email address will not be published.