ଗ୍ରାମ୍ୟ ଉନ୍ନୟନ, ଜଳ ଓ ପରିମଳ କମିଟି ଗଠିତ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମର ଛଅ ଗୋଟି ୱାର୍ଡର ତିରିଶି ଗୋଟି ସାହିର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଯୁବ, ଛାତ୍ର, ମହିଳା ଓ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟଙ୍କୁ ନେଇ ସ୍ଥାନୀୟ ହାଇସ୍କୁଲ ଠାରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ଜଳ ବଣ୍ଟନର ସୁପରିଚାଳନା, ପରିମଳ ଓ ଉନ୍ନୟନମୂଳକ କାର୍ଯ୍ୟ ଖସଡ଼ା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏସବୁ ତଦାରଖ ଓ ପରିଚାଳନା ପାଇଁ ପ୍ରତି ସାହିରୁ ସକ୍ରିୟ ମହିଳା ସଦସ୍ୟ ସମେତ ଉପଦେଷ୍ଟା ମଣ୍ଡଳୀ, ସଭାପତି , କାର୍ଯ୍ୟକାରୀ ସଭାପତି, ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ ୨୦ଜଣ କାର୍ଯ୍ୟକରୀ ସଦସ୍ୟ ଚୟନ କରାଯାଇ ଏକ କମିଟି ଗଠନ କରାଯାଇଥିଲା। କମିଟିର ସଭାପତି ଭାବେ ବି.ରାମଚନ୍ଦ୍ର ସେନାପତି , କାର୍ଯ୍ୟକାରୀ ସଭାପତି ସୁଶାନ୍ତ ପରିଡ଼ା, ଉପ ସଭାପତି ପପୁ ପଟନାୟକ, ମୁନା ସେଠୀ ଓ ସଞ୍ଜୟ କୁମାର ବେହେରା, ସାଧାରଣ ସମ୍ପାଦକ ନିରଞ୍ଜନ ସାହୁ, ସମ୍ପାଦକ ଇ.ଗୋବିନ୍ଦ, ସହ ସମ୍ପାଦକ ସାରଦ ପଣ୍ଡା ଓ ପ୍ରଭାକର ବେହେରା, କୋଷାଧ୍ୟକ୍ଷ ଅଜୟ କୁମାର ପଣ୍ଡା ଆଦି ଚୟନ ହୋଇଥିଲେ। ବରିଷ୍ଠ ନାଗରିକ ସୁବାଷ ଚନ୍ଦ୍ର ଜେନା, କିଶୋର ଜେନା, ରାମଚନ୍ଦ୍ର ଗୌଡ, ପୂର୍ବତନ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ ଓ ଯୁବନେତା ବି.ଅଲିଅଳ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷାବିତ ପ୍ରତାପ କୁମାର ପାଣିଗ୍ରାହୀ ସଭା ପରିଚାଳନା କରିଥିବା ବେଳେ ଜଗନ୍ନାଥ ସାବତ, ବିଜୟ କୁମାର ପଣ୍ଡା, ବଳରାମ ସାହୁ, ମନୋଜ ମହାଙ୍କୁଡ, ପ୍ରଭାକର ବେହେରା ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.