“ମୋ ସ୍କୁଲ”ଅଭିଯାନରେ କ୍ରୟ ସାମଗ୍ରୀକୁ ଉଦ୍ଘାଟନ କଲେ ବିଇଓ

ଚିକିଟି : ଆଜି ବାହିନୀପତି ସ୍ଥିତ ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟରେ “ମୋ ସ୍କୁଲ”ଅଭିଯାନରେ ବିଭିନ୍ନ ପ୍ରକଳ୍ପ ପାଇଁ ଅଞ୍ଚଳ ର ବୁଦ୍ଧିଜୀବୀ ମାନଙ୍କୁ ଠାରୁ ମିଳିଥିବା ଅର୍ଥ ସହିତ “ମୋ ସ୍କୁଲ ଅଭିଯାନ ରୁ ମିଳିଥିବା ମେଚିଂ ଗ୍ରାଣ୍ଟକୁ ମିଶାଇ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଇଁ ଲାପଟପ୍, ପ୍ରିଣ୍ଟର,ବିଜ୍ଞାନ ଉପକରଣ,ପୁସ୍ତକ କ୍ରୟ,ଖେଳ ସାମଗ୍ରୀ, ଶିକ୍ଷଣୀୟ ଉପକରଣ ଗୁଡିକ କ୍ରୟ କରାଯାଇଥିଲା ଓ ତା ସହିତ ୫_ଟି ଯୋଜନା ଅନ୍ତର୍ଭୂକ୍ତ ବିଦ୍ୟାଳୟକୁ ମିଳିଥିବା ୫ ଗୋଟି କମ୍ପୁଟରର ଶୁଭ ଉଦ୍ଘାଟନ କରିଥିଲେ l ଶିକ୍ଷା କ୍ଷେତ୍ରରେ କମ୍ପୁଟର ର ଆବଶ୍ୟକତା ଉପରେ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା ଗୁରୁତ୍ବ ଆରୋପ କରିଥିଲେ l ଏହି ଅବସରରେ ବଡପଲଙ୍କ କ୍ଳଷ୍ଟର ସି ଆର ସି ସି ଭବାନୀ ଶଙ୍କର ମହାପାତ୍ର, ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ, ସହକାରୀ ଶିକ୍ଷକ ପ୍ରମୋଦ କୁମାର ବୈଦ୍ୟ, ଫକିର ମୋହନବିଷୋୟୀ,ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ପଟ୍ଟନାୟକ,ସୁନୀଲ କୁମାର ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.