ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀରେ କ୍ରସ୍ କଂଟ୍ରି ଦୌଡ଼ ଆୟୋଜିତ…

୩୦୦ ରୁ ଅଧିକ ଯୁବ କ୍ରୀଡ଼ାବିତଙ୍କ ଅଂଶଗ୍ରହଣ

ବ୍ରହ୍ମପୁର //ଗୋପାଳପୁର : , ୨୯ ଜୁଲାଇ ୨୦୨୩: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀକୁ ହର୍ଷୋଲ୍ଲାସ ସହିତ ପାଳନ କରାଯାଇଛି । ଏହି ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ଓ ସୁସ୍ଥକର ପ୍ରତିଯୋଗିିତା ଭାବର ପ୍ରସାର କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଏକ କ୍ରସ୍ କଂଟ୍ରି ଦୌଡ଼ ଆୟୋଜନ କରିଥିଲା ।


ବ୍ରହ୍ମପୁରର ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁରର ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ ପଣ୍ଡାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଅତିଥିବୃନ୍ଦ ପାତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବା ଲାଗି ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ ।
ମୋଟ ୩୦୦ ରୁ ଅଧିକ ଯୁବ କ୍ରୀଡ଼ାବିତ ତିନିଟି ପର୍ଯ୍ୟାୟ: ୧୩ ବର୍ଷରୁ କମ୍‌, ୧୮ ବର୍ଷରୁ କମ୍ ଏବଂ ୧୮ ବର୍ଷରୁ ଅଧିକ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ଉଲ୍ଲେଖନୀୟ ସଂକଳ୍ପ ଓ ଧୈର୍ଯ୍ୟ ପ୍ରଦର୍ଶନ କରିଥିଲେ ।ଏହି ଦୌଡ଼ ସମୟରେ ଟିଏସ୍‌ଏଫ୍‌ର ଅଧିକାରୀମାନଙ୍କ ସହିତ ସ୍କୁଲ ଶିକ୍ଷକମାନଙ୍କୁ ଦେଖିବାକୁ ମିଳିଥିଲା ଯେଉଁମାନେ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବା ଲାଗି ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ ।

nis-ad
Leave A Reply

Your email address will not be published.