ମହରମ୍ ପୂର୍ବରୁ ଭଦ୍ରକ ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଶନିବାର ୨୯ ତାରିଖରେ ମୁସଲିମ୍ ସମ୍ପ୍ରଦାୟର ମହରମ୍ ପର୍ବ ପାଳନକୁ ଦୃଷ୍ଟିରେ ରଖି ଆଜି ଠାରୁ ଭଦ୍ରକ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ସହରର ରାଜଘାଟ ଛକରୁ ଏକ ଫ୍ଲାଗ ମାର୍ଚ୍ଚ ବାହାରି ଚନ୍ଦନ ବଜାର, ପୁରୁଣା ବଜାର, ଲାହାପଟି, ନଙ୍ଗାମହଲା, ସନ୍ଥିଆ, କଲେଜ ଛକ, ନୂଆ ବଜାର ଦେଇ ସହର ପରିକ୍ରମା କରି ଶେଷରେ ଗୋଶାଳ ଛକ ନିକଟରେ ପହଞ୍ଚିଥିଲା ।

ଏହି ଫ୍ଲାଗ ମାର୍ଚ୍ଚରେ ୧୭ ପ୍ଲାଟୁନ ପୋଲିସ ଫୋର୍ସ ଭାଗ ନେଇଥିବା ବେଳେ ୮୦ ଜଣ ଅଫିସର ସମେତ ୨ ଜଣ ଅତିରିକ୍ତ ଏସପି ଥିଲେ ବୋଲି ଭଦ୍ରକର ଅତିରିକ୍ତ ଏସପି ବିଜୟା ରଞ୍ଜନ କେରକେଟା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୭ ଏପ୍ରିଲରେ ରାମନବମୀ ସମୟରେ ଭଦ୍ରକ ଅଶାନ୍ତ ହୋଇ ଉଠିଥିଲା । ସାମ୍ପ୍ରଦାୟିକ ମନ୍ତବ୍ୟକୁ ନେଇ ହୋଇଥିଲା ଦଙ୍ଗା । ତା ପୂର୍ବରୁ ୧୯୯୧ରେ ମଧ୍ୟ ଭଦ୍ରକରେ ରାମନବମୀ ବେଳେ ଦଙ୍ଗା ହୋଇଥିଲା ।

nis-ad
Leave A Reply

Your email address will not be published.