ରାଜ୍ୟପାଳଙ୍କୁ ନ ନେଇ ଚାଲିଗଲା ବିମାନ, ଥାନାରେ ଅଭିଯୋଗ କଲେ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀ

ବେଙ୍ଗାଲୁରୁ: ରାଜ୍ୟପାଳଙ୍କୁ ନ ନେଇ ଚାଲିଗଲା ବିମାନ | ଆଉ ପାଖାପାଖି ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ଗନ୍ତବ୍ୟସ୍ଥଳକୁ ଗଲେ ରାଜ୍ୟପାଳ | ଗୁରୁବାର ଦିନ କର୍ଣ୍ଣାଟକର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟଙ୍କୁ ନ ନେଇ ବିମାନ ଚାଲିଯାଇଥିଲା । ସରକାରୀ ସୂତ୍ରରୁ ପ୍ରକାଶ ଯେ ରାଜ୍ୟପାଳ ବିମାନବନ୍ଦର ଲାଉଞ୍ଜରେ ଅପେକ୍ଷା କରିଥିଲେ ମଧ୍ୟ ପ୍ରୋଟୋକଲ୍ ଉଲ୍ଲଂଘନ କରି ବିମାନଟି ରାଜ୍ୟପାଳଙ୍କୁ ନ ନେଇ ଚାଲିଯାଇଥିଲା । ଏନେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀମାନେ ବିମାନବନ୍ଦର ପୁଲିସ ଷ୍ଟେସନରେ ବିମାନ କମ୍ପାନୀ ବିରୋଧରେ ଅଭିଯୋଗ କରିଛନ୍ତି। ବାସ୍ତବରେ କର୍ଣ୍ଣାଟକ ରାଜ୍ୟପାଳ ଗୁରୁବାର ମଧ୍ୟାହ୍ନରେ ହାଇଦ୍ରାବାଦ ଅଭିମୁଖେ ଯିବାର ଥିଲା |
ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଏୟାର ଏସିଆ ବିମାନ ଯୋଗେ ହାଇଦ୍ରାବାଦ ଯିବାର ଥିଲା | ହାଇଦ୍ରାବାଦରୁ ସେ ରାଇଚୁର ଯାଇଥାନ୍ତେ | ତେବେ ଗୁରୁବାର ଦିନ ଟର୍ମିନାଲ-୨ରୁ ସେ ହାଇଦ୍ରାବାଦ ଯିବାକୁ ଅପେକ୍ଷା କରିଥିଲେ ବି ଏୟାର ଏସିଆ ବିମାନ ରାଜ୍ୟପାଳଙ୍କୁ ନ ନେଇ ଅନ୍ୟ ଯାତ୍ରୀମାନଙ୍କୁ ନେଇ ଚାଲିଯାଇଥିଲା | ମିଳିଥିବା ସୂଚନା ମୁତାବକ ବିମାନଟି ପହଞ୍ଚିବା ମାତ୍ରେ ଗେହଲଟଙ୍କ ଲଗେଜ୍ ଲୋଡ୍ ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ ଗେହଲଟ ଟର୍ମିନାଲରେ ପହଞ୍ଚିବାକୁ ବିଳମ୍ବ କରିଥିଲେ | ସେ ଭିଆଇପି ଲାଉଞ୍ଜରେ ପହଞ୍ଚିବା ବେଳକୁ ହାଇଦ୍ରାବାଦ ଅଭିମୁଖେ ବିମାନ ଯାତ୍ରା ଆରମ୍ଭ କରିସାରିଥିଲା । ଏହା ପରେ ହାଇଦ୍ରାବାଦରେ ପହଞ୍ଚିବା ପାଇଁ ରାଜ୍ୟପାଳଙ୍କୁ ୯୦ ମିନିଟ ପରେ ଆଉ ଏକ ବିମାନରେ ଯିବାକୁ ପଡିଥିଲା |

nis-ad
Leave A Reply

Your email address will not be published.