ସହିଦ୍ ସପ୍ତାହ ପୂର୍ବରୁ କନ୍ଧମାଳରେ ମାଓ ବ୍ୟାନର

ଫୁଲବାଣୀ : ମାଓବାଦୀ ମାନଙ୍କ ସହୀଦ ସପ୍ତାହ ପୂର୍ବରୁ କନ୍ଧମାଳରେ ଲାଗିଲା ମା ଓ ବ୍ୟାନର, ଆସନ୍ତାକାଲି ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଲାଲ୍ ବାହୀନି ସହିଦ୍ ସପ୍ତାହ ପାଳନ କରୁଛି l ଏହି ସମୟ ମଧ୍ୟରେ ମା ଓ ବାଦୀ ମାନେ କିଛି ଅଘଟଣ ଘଟାନ୍ତି ।ଏହି ସପ୍ତାହ ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି । ମାଓବାଦୀଙ୍କ ସହୀଦ ସପ୍ତାହ କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମାଓ ପ୍ରବଣ ଅଂଚଳରେ କୁମ୍ବି କରିବା ସହ କଡ଼ା ସୁରକ୍ଷା ମଧ୍ୟ ଗ୍ରହଣ କରାଯାଇଛି। ଆଜି ଫିରିଙ୍ଗିଆ ଥାନା ଅନ୍ତର୍ଗତ ପାଇରାଜୁ ଓ ଗୋଛାପଡ଼ା ନିକଟ ବ୍ରିଜରେ ମାଓ ବେନର ଓ ପୋଷ୍ଟର ଦେଖିବାକୁ ମିଳିଛି । ଏହି ସପ୍ତାହକୁ ମାଓ ସଂଗଠନ ସହିଦ ସପ୍ତାହ ପାଳନ କରିବାକୁ ଏହି ବେନର ରେ ଉଲ୍ଲେଖ ରହିଛି । ବ୍ୟାନର ଲାଗିବା ଫଳରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

nis-ad
Leave A Reply

Your email address will not be published.