ମାଲକାନଗିରି ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ…

ମାଲକାନଗିରି : ତା- ୨୬/୦୭/୨୦୨୩ , ମାଲକାନଗିରି ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି l ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ବ କରିଥିବା ସ୍ଥଳେ ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ଷଢ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ l ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ରେ ବାଣିଜ୍ୟ ବିଭାଗର ମୁଖ୍ୟ ଡଃ ରଞ୍ଜନ କୁମାର ସ୍ବାଇଁ କାର୍ଗିଲ ଶହୀଦ ମାନଙ୍କ ସ୍ମୁତିଚାରଣ କରିଥିଲେ l ମୁଖ୍ୟ ବକ୍ତା ଅଶୋକ କୁମାର ଷଢ଼ଙ୍ଗୀ ନିଜ ବକ୍ତବ୍ୟରେ କାର୍ଗିଲ ଯୁଦ୍ଧ ଓ ଭାରତର ମହାନୀୟତା ବିଷୟରେ ଚର୍ଚ୍ଚା କରିଥିଲେ l ଇତିହାସ ବିଭାଗର ଅଧ୍ୟାପକ ଡ଼. ଗୋକୁଳାନନ୍ଦ ପାତ୍ର ଯୁଦ୍ଧ ଏବଂ ତାହାର ବିଭୀଷିକା ଉପରେ ଆଲୋକପାତ କରିଥିଲେ l ଏହି ସ୍ମୃତି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଣଶିକ୍ଷକ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ କାର୍ଗିଲ ରେ ଶହୀଦ ଯବାନ ମାନଙ୍କ ସ୍ମୃତିରେ ଦୁଇ ମିନିଟ୍ ମୌନ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଇତିହାସ ବିଭାଗର ମୁଖ୍ୟ ନମିତା ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.