ବ୍ରାହ୍ମଣୀଗାଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରେ ବାଧକ ସାଜିଛି ଇଲେକ୍ଟ୍ରି ପୋଲ : ତହସିଲଦାର ଙ୍କ ଉପସ୍ଥିତିରେ ଭଙ୍ଗାଗଲା ବ୍ରାହ୍ମଣୀଗାଁ ଷ୍ଟେଟ ବ୍ୟାଙ୍କ ଓ ଏଟିମ ଚାଲିଥିବା ଘର…

ଦାରିଙ୍ଗବାଡ଼ି, ୨୬/୦୭, କନ୍ଧମାଳ ଜିଲା ଦାରିଙ୍ଗ ବାଡ଼ି ବ୍ଲକର ଦ୍ୱିତୀୟ ବୃହତ୍ତମ ବଜାର ବ୍ରାହ୍ମଣୀଗାଁ ଅଟେ। ଏହି ବଜାର ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ପ୍ରାୟ ଦୁଇ ମାସରୁ ଅଧିକ ଦିନ ହେବ ଚାଲିଛି। ହେଲେ ଆଜି ଜଗନ୍ନାଥ ସିଂଙ୍କ ଘରେ ଭଡାରେ ଚାଲିଥିବା ଷ୍ଟେଟ ବ୍ୟାଙ୍କ ଓ ଏଟିଏମ ଘରର କିଛି ଅଂଶ ତହସିଲଦାର ଶରତ ଶବର, ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ସହିତ ପୋଲିସ ବାହୀନିଙ୍କ ଉପସ୍ଥିତିରେ ଜେସିପି ମ୍ୟାସିନ ଲଗାଇ ଭଙ୍ଗା ଯାଇଛି। ପୂର୍ବରୁ ବ୍ୟାଙ୍କ ଗୃହକୁ ଲାଗି ତଳ ପାଖ ରେ ରହି ଥିବା ସରୋଜ ପାତ୍ରଙ୍କ ଘର ଭଙ୍ଗା ଯାଇଥିଲା, ଆଜି ପୁଣି ବ୍ୟାଙ୍କ ଘରର ଉପର ପଟୁ ଲାଗି

ରହିଥିବା ଦୀପ୍ତି ସେନାପତି ଙ୍କ ଘର ମଧ୍ୟ ଭଙ୍ଗା ଯାଉଥିଲା। ହେଲେ ଦୀପ୍ତି ସେନାପତି ଘର ଭାଙ୍ଗିବା ପାଇଁ ଲିଖିତ ନୋଟିସ ଦେଲେ ଯାଇ ମୁଁ ଘର ଭାଙ୍ଗିବାକୁ ଅନୁମତି ଦେବିକହି ଦୀପ୍ତି ସେନାପତି ଅଡିବସିଥିଲେ। ବହୁ ବାଦ ବିବାଦ ପରେ ବାରଣ୍ଡାର ଛାତ ନିଜେ ଭାଙ୍ଗିବାକୁ ରାଜି ହୋଇଥିଲେ। ପ୍ରକାଶ ଥାଉକି ଆଜି ଜନ ଅସନ୍ତୋଷର କାରଣ ହେଲା ସରୋଜ ପାତ୍ର, ଷ୍ଟେଟ ବ୍ୟାଙ୍କ ଓ ଏଟିଏମ ଚାଲିଥିବା ଜଗନ୍ନାଥ ସିଂ ଙ୍କ ଘର ଓ ଦୀପ୍ତି ସେନାପତିଙ୍କ ଘର ଗୁଡିକ ପୂର୍ତ୍ତ ବିଭାଗ ଦ୍ୱରା ନିର୍ମିତ ଡ୍ରେନ ବାହାରେ ରହିଛି। ଯାହାରି ଫଳରେ ରାସ୍ତା ପ୍ରଶସ୍ତି କରଣ କରିବାରେ କୌଣସି ପ୍ରତିବନ୍ଧକ ନଥିବା ବେଳେ କେଉଁ କାରଣରୁ ଡ୍ରେନ ବାହାରେ ଥିବା କୋଠା ଗୁଡିକ ଭଙ୍ଗା ଯାଉଛି ଏଥି ନେଇଁ ଜନ ଅସନ୍ତୋଷ ଦେଖା ଦେଇଛି। ଆଜି ବ୍ୟାଙ୍କ କାମରେ ଆସିଥିବା ବ୍ୟାଙ୍କ ଉପଭୋକ୍ତା ମାନେ ବ୍ୟାଙ୍କ ଓ ଏଟିମ ଚାଲିଥିବା ଘର ଭଙ୍ଗା ଯିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଜଣା ପଡିଛି। ସେହିପରି ରାସ୍ତା ପ୍ରଶସ୍ତ କରା ଯିବାରୁ ଇଲେକ୍ଟ୍ରି ପୋଲ ଗୁଡିକ ରାସ୍ତା ଭିତରେ ରହୁଥିବାରୁ ଗାଡିଘୋଡା ଯାତାୟାତ ସହିତ ରାସ୍ତାକାମରେ ଲାଗୁଥିବା ମ୍ୟାସିନ ଠିକସେ ବ୍ୟବହାର ହୋଇ ପାରୁନଥିବା କାମ ଦାଇତ୍ୱରେ ଥିବା ସୁପରଭାଇଜର ସୂଚନା ପ୍ରଦାନ କରିଛନ୍ତି। ଏଣୁ ଅତି ଶୀଘ୍ର ବଜାର ରାସ୍ତାରେ ଥିବା ଇଲେକ୍ଟ୍ରି ପୋଲ ଗୁଡିକ ଉଠାଇବାକୁ ବଜାର ବାସିନ୍ଦାଙ୍କ ସହିତ ଅଞ୍ଚଳ ବାସୀ ଦାବୀ କରିଥିବା ଜଣାପଡିଛି।

nis-ad
Leave A Reply

Your email address will not be published.