ମଦ ମାଫିଆ ଓ ପ୍ରଶାସନ ମଧ୍ୟରେ ଫିକ୍ସିଂଙ୍ଗ..! : ବୁଦ୍ଧିଜୀବୀ ଙ୍କ ଅଭିଯୋଗ ଶୁଣିବ କିଏ..?

ଗଞ୍ଜାମ ଜିଲ୍ଲାରେ ଅପମିଶ୍ରଣ ମଦର ବନ୍ୟା ନିଘୋଡ଼ ନିଦରେ ପ୍ରଶାସନ…!!


ଲୋକଙ୍କ ଜୀବନ କୁ ନେଇ ଚାଲିଛି ବ୍ୟବସାୟ…!!

ବ୍ରହ୍ମପୁର:୨୬-୭ ଗଞ୍ଜାମ ଜିଲ୍ଲାରେ ଥିବା ଅଧିକାଂଶ ସରକାରୀ ଦେଶୀ ମଦଭାଟି ରେ ମହୁଲ ରେ ପୋଚ ପ୍ରସ୍ତୁତ ନ କରି ୟୁରିଆ ଓ ଇଷ୍ଟ ପୋଚ ରେ ବ୍ୟବହାର କରି ସ୍ୱଳ୍ପ ସମୟ ମଧ୍ୟରେ ଏହି ପୋଚ ରୁ ମଦ ପ୍ରସ୍ତୁତି କରି ଏହି ବିଷାକ୍ତ ମଦ ବିକ୍ରି କରଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ଏହାକୁ ନେଇ ଗଣମାଧ୍ୟମ ରେ ଏହି ଘଟଣା ପ୍ରକାଶ ପାଇଲେ ମଧ୍ୟ ଅବକାରୀ ବିଭାଗ ଚୁପ ରହିବା ଯୋଗୁଁ ମଦ ମାଫିଆ ଓ ପ୍ରଶାସନ ମଧ୍ୟରେ ଫିକ୍ସିଂଙ୍ଗ ହୋଇଥିବା ସାଧରଣ ରେ ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ କରି ଆସିକା,ଭଞ୍ଜନଗର,ଶେର ଗଡ଼ ,କବିସୂର୍ଯ୍ୟନଗର ଓ ପୁରଷତ୍ତମପୁର ଅଞ୍ଚଳରେ ଅପମିଶ୍ରଣ ମଦ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।ଏହିସବୁ ଅଞ୍ଚଳରେ ଅଧିକାଂଶ କରି ଆସିକା,କବିସୂର୍ଯ୍ୟନଗର, ଅଞ୍ଚଳରେ ମଦ ପ୍ରସ୍ତୁତ କରି ବିଭିନ୍ନ ଅଞ୍ଚଳକୁ ଦୁଇଚକିଆ ଓ ଚାରିଚକିଆ ଗାଡ଼ିରେ ଚଲାଣ ହେଉଥିବା ନେଇ ଅଭିଯୋଗ ହେଉଛି।ଆସ୍କା ଅଞ୍ଚଳକୁ ବରଗଡ଼ ଅଞ୍ଚଳରୁ କୁଆଡେ ସ୍ପିରିଟ ମଧ୍ୟ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚଲାଣ କରାଯାଉଥିବା ଜୋରଦାର ଚର୍ଚ୍ଚା ହେଉଛି।ଏହି ଅପମିଶ୍ରଣ ଘଟଣା ଲୋକେ ଜାଣିଥିଲେ ମଧ୍ୟ ମଦ ମାଫିଆ ମାନଙ୍କ ଭୟରେ ମୁହଁ ଖୋଲୁନାହାନ୍ତି,ଏ ନେଇ ପୋଲିସ କିମ୍ବା ଅବକାରୀ ବିଭାଗ କୁ ଅବଗତ କରିଲେ ସେମାନଙ୍କ ନାମ ଗୁପ୍ତ ରଖିବା ବଦଳରେ ମାଫିଆ ମାନଅଙ୍କୁ କୁହାଯାଉଛି। ଗତ ୨୦୦୬ ମସିହାରେ ଗଞ୍ଜାମ ଜିଲ୍ଲାର ରମ୍ଭା ଓ ଗୋଳନ୍ତରା ଅଞ୍ଚଳରେ ବିଷାକ୍ତ ମଦ୍ୟପାନ କରି ୨୨ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।ବେଳ ଥାଉ ଥାଉ ଯଦି ସରକାର ନ ଚେତିଲେ ଗଞ୍ଜାମ ଜିଲ୍ଲାରେ ଆଉ ଏକ ମଦ ମୃତ୍ୟୁ କୁ ଏଡାଇ ହେବ ନାହିଁ ବୋଲି ସାଧରଣରେ ଚର୍ଚ୍ଚା ହେଉଛି।ଏହି କଳା କାରନାମା ସମ୍ପର୍କରେ ଅବକାରୀ ବିଭାଗ ଜାଣିଥିଲେ ମଧ୍ୟ ଫିକ୍ସିଂଙ୍ଗ ଯୋଗୁଁ ଚୁପ ରହିବା କୁ ବାଧ୍ୟ ହେଉଛି ।ଏଣୁ ଅବକାରୀ ମନ୍ତ୍ରୀ ତୁରନ୍ତ ଏହି ଘଟଣାକୁ ଗମ୍ଭୀରତା ସହ ବିଚାର କରି ସ୍ୱତନ୍ତ୍ର ସ୍କ୍ୱାର୍ଡ କୁ ଅଚାନକ ପଠାଇ ଚଢ଼ାଉ କରିଲେ ଏହି ଅପମିଶ୍ରଣ ପୋଚକୁ କେମିକଲ ଟେଷ୍ଟ ଟିଙ୍ଗ କରି ଯାଞ୍ଚ କରା ଗଲେ ଏହି ବଡ଼ ଅପମିଶ୍ରଣ ଘଟଣା ର ପର୍ଦାଫାସ ହେବ ବୋଲି ସଚେତନ ମୋହଲ ରେ ଦାବୀ ହେଉଛି।ଏବଂ ଆଉ ଏକ ମଦ ମୃତ୍ୟୁ କୁ ଏଡାଇ ଦିଆ ଯାଇ ପାରିବ ବୋଲି ସାଧାରଣ ଓ ବୁଦ୍ଧି ଜୀବି ମହଲ ରେ ଦାବି ହେଉଛି, ଏହି ସମ୍ପର୍କ ରେ ଗଞ୍ଜାମ ଜିଲ୍ଲା ଅବକାରୀ ନିରକ୍ଷକଙ୍କ ସହିତ ଆଲୋଚନା ହୋଇ ଥିଲା ସେ ପ୍ରତିଶୃତି ଦେଇ ଥିଲେ କାର୍ଯ୍ୟାନୁଷ୍ଠାନ ନିଆ ଯିବ କିନ୍ତୁ ଏହା ଧର୍ମକୁ ଆଖି ଠାରୁ କହିଲେ କିଛି ଭୁଲ ହେବ ନାହିଁ l ସୂଚନା ଥାଉକୁ ଅବକାରୀ ରାଜସ୍ବ କୁ ନେଇ ସରକାର ଚାଲୁଛି କିନ୍ତୁ ଏହି ମଦ ଅପମିଶ୍ରଣ କରି ନିରୀହ ଲୋକଙ୍କ ଜୀଵନ କୁ ନେଇ ଖେଳିବା କେତେ ଦୂର ଠିକ..? ତେଣୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି l ପ୍ରଶାସନ ଅଧିକାରୀ ମାନଙ୍କ ସଭା ସମିତି, ଘରୋଇ କାର୍ଯ୍ୟକ୍ରମ ହେଉ କିମ୍ବା ବିଦାୟୀ କାଳିନ ସମ୍ବର୍ଦ୍ଧନା ହେଉ ଏହି ଅସାଧୁ ମଦ ମାଫିଆ ଙ୍କ ଭୂମିକା ଅତି ଗୁରୁତ୍ୱ ହୋଇ ପଡିଛି ତେଣୁ ପ୍ରଶାସନ ପ୍ରତି ଏମାନଙ୍କ ଖାତିର ନଥିବା ଦେଖିବାକୁ ମିଳୁଛି, ତେଣୁ ପ୍ରଶାସନକୁ ହାତ ବାରିସୀ କରି ନିରୀହ ଲୋକୋଙ୍କ ଜୀଵନ କୁ ନେଇ ଖେଳୁ ଥିବା ଅଭିଯୋଗ ହେଉଛି l

nis-ad
Leave A Reply

Your email address will not be published.