ବାଙ୍କାମ୍ବ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

କାଶିପୁର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରିୟ ଓଡ଼ିଶା ବାସୀଙ୍କ ନିମନ୍ତେ ଏକ ସ୍ଵାଗତ ଯୋଗ୍ୟ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମ ଆମ ଓଡ଼ିଶା ନବୀନ ଓଡିଶା ଆରମ୍ଭ କରିଛନ୍ତି । ଏଥିରେ ପ୍ରତି ପଞ୍ଚାୟତକୁ ପଚାଶ ଲକ୍ଷ ଟଙ୍କା ଯାହାକି ସ୍ଵତନ୍ତ୍ର ଭାବରେ ଦିଆଯିବ I ତଥା ବିଭିନ୍ନ ଉନ୍ନତୀ ମୂଳକ କାର୍ଯ୍ୟକ୍ରମ ଗୁଡିକୁ କିପରି ପ୍ରତି ପଞ୍ଚାୟତ ପ୍ରତି ଗାଁରେ ସଫଳ ରୂପାୟନ ହେବ ତାକୁ ନଜରରେ ରଖୁ କାର୍ଯ୍ୟକ୍ରମ କୁ ସ୍ଥିର କରାଯାଇଅଛି। ସାଥେ ସାଥେ ଆମ ଓଡ଼ିଶା ନବୀନ ଓଡ଼ିଶାରେ ସମ୍ପୂର୍ଣ ଗ୍ରାମବାସୀଙ୍କୁ ଯୋଡ଼ିତ କରିବା ପାଇଁ ଏକ ସୁନ୍ଦର ପ୍ରୟାସ । ଯାହାକୁ ନଜରରେ ରଖି ,ଏ କେଉଁ ଗାଁରେ କେଉଁ କାମ ଦରକାର ସେ ନେଇ ଏହି ବୈଠକରେ ପ୍ରତ୍ୟକ ଲୋକଙ୍କ ନିକଟରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପହଞ୍ଚାଇବା ପାଇଁ ଆଜି କାଶୀପୁର ବ୍ଲକ ବାଙ୍କାମ୍ବ ପଞ୍ଚାୟତ ଠାରେ ରାୟଗଡା ଜିଲ୍ଲା ଅଧ୍ୟକ୍ଷା ସୁଶ୍ରୀ ସ୍ୱରସ୍ବତୀ ମାଝୀ, ରାୟଗଡା ଜିଲ୍ଲା ସତନ୍ତ୍ର ଉନ୍ନୟନ ଅଧ୍ୟକ୍ଷା ଅନୁସୟା ମାଝୀ, ବାଙ୍କାମ୍ବ ସରପଞ୍ଚ ପିଲୁକୁ ମାଝୀ, ସମସ୍ତ ଗାଁ ର ୱାର୍ଡ ମେମ୍ବର ସହିତ ସୀମନ ଖସଲା, ଭ୍ରମର ସାହୁ, ରଘୁ ଝୋଡ଼ିଆ, ଅନନ୍ତ ବାଘ, କାଶୀନାଥ ବିଶୋଇ, ଗୁପ୍ତ ସାହୁ, ବଳରାମ ବାଘ , ଅର୍ଜୁନ ଖୋସଲା, ସୁଧାକର ମାଝୀ , ତରୁଣୀ ବାଘ, ବାଙ୍କାମ୍ବ ପଞ୍ଚାୟତ ପ୍ରତେକ ଗ୍ରାମର ମୁଖିଆ ମାନେ ଉପସ୍ଥିତ ଥିବାବେଳେ ଅନୁସୟା ମାଝୀ ପୁଙ୍ଖାନୁ ପୁଙ୍ଖ ଭାବରେ ଆମ ଓଡିଶା ନବୀନ ଓଡିଶା ଯଜନା ବିଷୟରେ ଯଉ ଗାଁ ରେ ଯାହା ସବୁ ଦରକାର ଅଛି ସେ ସବୁ ବିଷୟରେ ଗୁରୁତ୍ଵପୂର୍ଣ୍ଣ ସହ ପଞ୍ଚାୟତ ର ସମସ୍ତ ଲୋକଙ୍କୁ ଡାକି ବୈଠକ କରାଯାଇଥିଲା । ଏହା ସହ ବିଜୁ ଜନତା ଦଳର ଅନେକ କର୍ମୀ ଯୋଗଦାନ ଦେଇ ଲୋକାଭିମୁଖ କାର୍ଯ୍ୟକ୍ରମ ଗୁଡିକୁ ପୁଙ୍ଖାନୁ ପୁଙ୍ଖ ଭାବେ ବୁଝାଇ ଜିଲ୍ଲା ଅଧ୍ୟକ୍ଷା ସୁଶ୍ରୀ ସ୍ୱରସ୍ବତୀ ମାଝୀ ଙ୍କ ଦ୍ବାରା ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରାଯାଇଥିଲା।

nis-ad
Leave A Reply

Your email address will not be published.