ଦୁର୍ବୃତ୍ତଙ୍କ ଜଘନ୍ୟ କାଣ୍ଡ,ବିଳମ୍ବିତ ରାତ୍ରିରେ ବାଇକ ପୋଡ଼ିଦେଲେ


କୁଆଁରମୁଣ୍ଡା: ଗତକାଲି ବିଳମ୍ବିତ ରାତିରେ କୁଆଁରମୁଣ୍ଡା ଶିଶୁମନ୍ଦିର ନିକଟସ୍ଥ ଏକ କଂପାନୀର ଗେଷ୍ଟ ହାଉସରେ ରହୁଥିବା କର୍ମଚାରୀଙ୍କ ଦୁଇଟି ବାଇକ ଜାଳିଦେଇଛଂତି । ବାଇକ ଦୁଇଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି । କିଏ ପୋଡିଛି କାହିଁକି ପୋଡିଛି ପୋଲିସ ଏହାର ଟେର୍ ପାଉନି ପ୍ରକାଶ ଥାଉକି ,ଗତକିଛିଦିନ ହେଲା ସମ୍ପୃକ୍ତ କମ୍ପାନୀର ୮ଜଣ ଠିକା ଶ୍ରମିକ ଛଟେଇ ହେବା ଫଳରେ ଅନବରତ
ଆନ୍ଦୋଳନ ଚଳାଇ ଆସୁଛନ୍ତି । ଜନସାଧାରଣ ଙ୍କ ମନରେ ଅସନ୍ତୋଷ ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସ ତଦନ୍ତ ରେ ମଧ୍ଯ
ଶିଥିଳତା ଦେଖା ଯିବା ପୋଲିସ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାକୁ ଏଡାଇ ଦିଆଯାଇ ପାରିବ ନି ।

nis-ad
Leave A Reply

Your email address will not be published.